୨ ଦିନିଆ ବ୍ଲକସ୍ତରୀୟ ଆଦିକର୍ମଯୋଗୀ ଅଭିଯାନ ବୈଠକ ।

୨ ଦିନିଆ ବ୍ଲକସ୍ତରୀୟ ଆଦିକର୍ମଯୋଗୀ ଅଭିଯାନ ବୈଠକ ।
Spread the love

୨ ଦିନିଆ ବ୍ଲକସ୍ତରୀୟ ଆଦିକର୍ମଯୋଗୀ ଅଭିଯାନ ବୈଠକ ।ଆର,ଉଦୟଗିରି(ମନୋଜ କୁମାର ପାଢୀ) ତା ୧୨.୦୯.୨୦୨୫ ରିଖ ଦିନ ରା. ଉଦୟଗିରି ବ୍ଲକ୍ ରେ ବ୍ଲକସ୍ତରୀୟ ଆଦିକର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମର ଆଭିମୁଖ୍ୟ ବୈଠକ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବିରେନ୍ଦ୍ର ମଣ୍ଡଳ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପବିତ୍ର କୁମାର ପଣ୍ଡା ପରିଚାଳନା କରିଥିଲେ । ଆଦିବାସୀ କଲ୍ୟାଣ ଓ ସଂଖ୍ୟଲଘୁ ସମ୍ପ୍ରଦାୟ କଲ୍ୟାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ଉଦେଶ୍ୟ ଓ ପରିକଳ୍ପନା ବିଷୟରେ ଉପସ୍ଥିତ ସଦସ୍ୟମାନକୁ ଅବଗତ କରାଇଥିଲେ । ଏହି ବୈଠକରେ ଡିଏ-ଯୁଗା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ଲାଇନ ବିଭାଗ ଅଧିକାରୀ ମାନଙ୍କ ସହିତ ୧୭ଟି ଗ୍ରାମ ପଞ୍ଚୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଆଗକୁ ଏହି କାର୍ଯ୍ୟକ୍ରମର ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହେବ ଓ କିପରି ଏହି ବ୍ଲକ ର ୧୧୬ ଟି ଜନଯାତୀୟ ଗ୍ରାମଗୁଡ଼ିକର ବିକାଶ ହୋଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯିବ ଯେଉଁମାନେ ପରବର୍ତ୍ତୀ ସମୟରେ ଗ୍ରାମକୁ ଯାଇ ଗ୍ରାମୋନ୍ନତି ପାଇଁ କାର୍ଯ୍ୟ କରିବେ।