nepal-protest-parliament-attacknepal-protest-parliament-attack

ନେପାଳରେ ସରକାର ବିରୋଧୀ ଆନ୍ଦୋଳନ ଦିନକୁଦିନ ଉଗ୍ର ହେଉଛି। କେବଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୁହେଁ, କ୍ୟାବିନେଟ୍‌ରେ ଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ଏକ ପରେ ଏକ ଇସ୍ତଫା ଦେଉଛନ୍ତି।ଗତକାଲି ଅର୍ଥମନ୍ତ୍ରୀ ରମେଶ ଲେଖକ ପଦତ୍ୟାଗ କରିଥିଲେ। ସେଥିପରେ, ବିକ୍ଷୋଭକାରୀମାନେ ଅର୍ଥମନ୍ତ୍ରୀ ବିଷ୍ଣ ପୌଡେଲଙ୍କୁ ଗୋଡ଼ାଇପିଟିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରୁ ବିଶାଳ ହଇଚଇ ସୃଷ୍ଟି ହୋଇଛି।ସରକାରରେ ଥିବା ଲୋକମାନଙ୍କ ଦୁର୍ନୀତି ଏବଂ ସେମାନଙ୍କ ପରିବାରୀକ ରାଜକୀୟ ଜୀବନଶୈଳୀ ପ୍ରତି ଅସନ୍ତୋଷରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ପ୍ରଥମେ ସୋସିଆଲ୍ ମିଡିଆ ମାଧ୍ୟମରେ ବିକ୍ଷୋଭ ପ୍ରଚାର ପାଇଥିଲା। କିନ୍ତୁ ସରକାର ସୋସିଆଲ୍ ମିଡିଆକୁ ବନ୍ଦ କରିବା ପରେ ଆନ୍ଦୋଳନ ଆହୁରି ଉଗ୍ର ରୂପ ନେଇଥିଲା।ଗତକାଲି ବିକ୍ଷୋଭକାରୀମାନେ ସଂସଦ ଭବନକୁ ଆକ୍ରମଣ କରିଥିଲେ। ପୁଲିସ ସହିତ ସଙ୍ଘର୍ଷରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

By admin

Leave a Reply

Your email address will not be published. Required fields are marked *