ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ଗଂଜାମ ଜିଲ୍ଳାପାଳଙ୍କ ପ୍ରୟାସରେ ଗଂଜାମ ଜିଲ୍ଲାର ସମସ୍ତ ପଞ୍ଚାୟତକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ସେମାନଙ୍କ ଅଭିଯୋଗ ଶୁଣାଣି ଆରମ୍ଭ କରିଛନ୍ତି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି I ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡକୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ବେଲଗୁଣ୍ଠା ଏବିଇଓ ପ୍ରତିଭା ରଥ, ସିଡିପିଓ ନଳିନୀ ମହାରଣା, ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ପାଣ୍ଡବ ସ୍ୱାଇଁ,ସୋରଡ଼ା ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ରହି ହିତାଧିକାରୀଙ୍କ ଅଭିଯୋଗ ଶୁଣାଣି କରିଥିଲେ I ଆଜି ମୋଟ ୬୪ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୮ ଟି ଅଭିଯୋଗର ତତ୍କାଳ ସମାଧାନ କରାଯିବ ସହିତ ୧୬ ଟି ଅଭିଯୋଗର ଇ- ପଞ୍ଜିକରଣ କରାଯାଇଥିଲା I ଏହି ଅଭିଯୋଗ ଶୁଣାଣି ଶିବିରରେ ଭତ୍ତା, ସୁଭଦ୍ରା ଯୋଜନା,ରାସନ୍ କାର୍ଡ୍,ଜଳ ସେଚନ,ପାନୀୟ ଜଳ ଯୋଗାଣ ଭଳି ବିଭିନ୍ନ ସମସ୍ୟାର ଅଭିଯୋଗ ଆବେଦନ ପତ୍ର ଗ୍ରହଣ କରାଯାଇଛି।
