ନଦୀ ପାର ପାଇଁ ଦୌଡ଼ି ଭରସାରେ ତିନି ଖଣ୍ଡ ଗ୍ରାମବାସୀ

ନଦୀ ପାର ପାଇଁ ଦୌଡ଼ି ଭରସାରେ ତିନି ଖଣ୍ଡ ଗ୍ରାମବାସୀ
Spread the love

ନଦୀ ପାର ପାଇଁ ଦୌଡ଼ି ଭରସାରେ ତିନି ଖଣ୍ଡ ଗ୍ରାମବାସୀ ଆର,ଉଦୟଗିରି(ମନୋଜ କୁମାର ପାଢୀ) .. ୨୮/୮/୨୫- ନଦୀ ପାର ପାଇଁ ଦୌଡି ହିଁ ପଲଟିଛି ତିନି ଖଣ୍ଡ ଗ୍ରାମବାସୀ ଙ୍କ ସାହା ଭରସା l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ ବାଙ୍କୀଝୋଳା ଗାଁରେ l କିଛିଦିନ ହେବ ଲଗାଣ ବର୍ଷା ଯୋଗୁଁ ଏହି ନଦିରେ ଜଳ ବୃଦ୍ଧି ପାଇବା ପରେ ବାଙ୍କଝୋଳା, ଚଡିଆପଦା ଓ ଜକରାପଲି ଗ୍ରାମବାସୀ ଏହି ଦୌଡି ସହାୟତାରେ ସ୍କୁଲ କଲେଜ୍ , ପଞ୍ଚାୟତ , ମେଡ଼ିକାଲ ଓ ଦୈନିକ ହାଟ ବଜାର ଏହିଭଳି ବିପଦ ସଙ୍କୁଳ ଅବସ୍ଥାରେ ପାର ହେଉଛନ୍ତି l ବର୍ଷା ଋତୁରେ ଏହି ଦୌଡି ହିଁ ତିନିଖଣ୍ଡ ଗ୍ରାମବାସୀଙ୍କ ପାଇଁ ସାହା ଭାରସା ପଲଟି ଯାଉଛି l ସମସ୍ୟା ନେଇ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ସହ ବ୍ଲକ ପ୍ରଶାସନ କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିନି। ଏ ନେଇ ଜିଲ୍ଲାପାଳ କହିଛନ୍ତି, ଗ୍ରାମ ଉନ୍ନୟନ ବିଭାଗ ଓ ବିଡ଼ିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ l