ପୁଲିସ ନିକଟରେ ୨୯ ଜଣ ନକ୍ସଲ ଆତ୍ମସମର୍ପଣ

ସୀମାନ୍ତ ଛତିଶଗଡର ଦନ୍ତେଵାଡା ଏବଂ ନାରାୟଣପୁର ଜିଲ୍ଲା ପୁଲିସ ନିକଟରେ ୨୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ନାମରେ ସରକାର ୫୫ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ। ସେହିପରି ବିଭିନ୍ନ ଥାନା ପକ୍ଷରୁ ୭ ଜଣ ଦୁର୍ଦାନ୍ତ ନକ୍ସଲକୁ ମଧ୍ୟ ଗିରଫ କରାଯାଇଛି। ଦନ୍ତେୱାଡ଼ା ଜିଲ୍ଲା ପୁଲିସ ନିକଟରେ ୨୫ ଲକ୍ଷ ୫୦ ହଜାର ଟଂକାର ପୁରସ୍କାର ଘୋଷିତ ୧୩ ଜଣ ନକ୍ସଲ ସମେତ ୨୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ।