ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

Spread the love

ବାରଙ୍ଗରେ ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

କଟକ: ବାରଙ୍ଗର ଗଙ୍ଗେଶ୍ବର ମୌଜାରେ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ। ଏହି ପ୍ରକଳ୍ପ ପାଇଁ ୨୯.୭୫ ଏକର ଜମି ଚିହ୍ନଟ କରାଯାଇଛି। ବର୍ତ୍ତମାନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ (ଏସ୍‌ଏସ୍‌ଇପିଡି)ର ଚୂଡାନ୍ତ ଅନୁମୋଦନ ଅପେକ୍ଷାରେ ରହିଛି।ପ୍ରଥମେ ବିଭାଗ ପକ୍ଷରୁ କଟକ ସହର ଭିତରେ ଜମି ବାଛିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସହର ମଧ୍ୟରେ ଏପରି ବଡ଼ ପରିମାଣର ଜମି ଉପଲବ୍ଧ ନ ହେବାରୁ ସହର ବାହାରେ ଖୋଜା ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ବାରଙ୍ଗରେ ପ୍ରାୟ ୪୦ ଏକର ଜମି ବଛାଯାଇଥିଲା। କିନ୍ତୁ ପରେ ସେଥିରୁ ପ୍ରାୟ ୩୦ ଏକର ଜମିକୁ ବିଶ୍ବବିଦ୍ୟାଳୟ ପାଇଁ ଚିହ୍ନଟ କରାଯାଇଛି।

ଏହି ଜମିକୁ ଏସ୍‌ଏସ୍‌ଇପିଡି ବିଭାଗର ନାମରେ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।