ନାହିଁ ନାହିଁରେ ଚାଲିଛି ଓଡ଼ିଶା ମତ୍ସ୍ୟ ବିଭାଗ।

ନାହିଁ ନାହିଁରେ ଚାଲିଛି ଓଡ଼ିଶା ମତ୍ସ୍ୟ ବିଭାଗ।

ଓଡିଶା ର 30 ଗୋଟି ଜ଼ିଲ୍ଲା ରୁ 27 ଗୋଟି ଜ଼ିଲ୍ଲା ରେ ଜ଼ିଲ୍ଲା ମତ୍ସ୍ୟଅଧିକାରୀ ପଦ ଖାଲି!! ଖୁବ ଶୀଘ୍ର ପୂରଣ ହେବ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ପଦବି ମନ୍ତ୍ରୀ ଗୋକୁଳାନନ୍ଦ ରାୟଗଡା : ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଓଡ଼ିଶାର ୩୦ ଜିଲ୍ଲl ମଧ୍ୟରୁ ୨୭ ଜିଲ୍ଲାରେ ନାହାନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ । ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଏବଂ ନୟାଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଲା ଗୁଡ଼ିକ ପ୍ରଭାରୀ ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ହେଉଛି। ଖାଲି ସେତିକି ନୁହେଁ ସହକାରୀ ମତ୍ସ୍ୟ ଅଧିକାରୀ ବି ନାହାନ୍ତି ୩୧୪ ବ୍ଲକ ରୁ ପ୍ରାୟ ବହୁ ବ୍ଲକ ରେ l ଓଡ଼ିଶାରେ ପ୍ରାୟ ୧୫ ଲକ୍ଷ୍ୟ ଲୋକଙ୍କ ଜୀବିକା ମତ୍ସ୍ୟସମ୍ପଦ ଉପରେ ନିର୍ଭରଶିଳ।

ଓଡ଼ିଶାର ପ୍ରାୟ ୯୫ ଶତକଡା ଲୋକ ମାଛ ଖାଉଥିବା ସ୍ଥଳେ ଜଣେ ଲୋକ ବର୍ଷକୁ ହାରାହାରି ୧୮.୩୩ କିଲୋ ମାଛ ଖାଇଥାଏ ଯାହା କି ଆମ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଠାରୁ ମଧ୍ୟ ଅଧିକ। ତା ଛଡା ବର୍ତ୍ତମାନ ମତ୍ସ୍ୟସମ୍ପଦ ଜାତୀୟ ସ୍ତରରେ ଏକ ବିକାଶଶୀଳ ସମ୍ପଦ ହୋଇ ଉଭା ହୋଇଛି। ସେଥିପାଇଁ କେନ୍ଦ୍ର ସରକାର ମତ୍ସ୍ୟ ସମ୍ପଦ ର ବିକାଶକୁ ଅଧିକ ପ୍ରାଥମିକତା ଦେଉଥିବା ବେଳେ ରାଜ୍ୟ ସରକାର ମଧ୍ଯ ମତ୍ସ୍ୟ ସମ୍ପଦ ର ବିକାଶ କରିବା ପାଇଁ ବିଭିନ୍ନ ପଦକ୍ଷେପ ତଥା ଅନେକ ଯୋଜନାମାନ ହେଲା ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଯିବି କଲ୍ୟାଣ ଯୋଜନା, ଖାରିଜଳ ମାଛ ଚାଷ ର ବିକାଶ,ମତ୍ସ୍ୟଉତ୍ପାଦନ ବୃଦ୍ଧି ନିମନ୍ତେ ବାୟା ଫ୍ଲକ ( ଜୈବପୃଞ୍ଜ ) ମାଧ୍ୟମରେ ସଘନମାଛ ଓ ଚିଙ୍ଗୁଡ଼ି ଚାଷ, ମାଛ ଚାଷ ପାଇଁ ମତ୍ସ୍ୟ ପୋଖରୀ ଯୋଜନା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ଦ୍ୱାରା ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ ପାଇଁ ସହାୟତା ଆଦି ଯୋଜନା ଗୁଡିକୁ ତୃଣମୂଳ ସ୍ତରରେ କାର୍ଯ୍ୟକ୍ଷେମ କରିବାରେ ସାଧାରଣତଃ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ରାଜ୍ୟ ର 30 ଗୋଟି ଜ଼ିଲ୍ଲା ମଧ୍ୟ୍ୟ ରୁ କେବଳ କେନ୍ଦ୍ରାପଡ଼ା, ନୟାଗଡ଼ ଓ ମୟୁରଭଞ୍ଜ ଜ଼ିଲ୍ଲା ରେ କେବଳ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ରହିଥିବା ବେଳେ ଅନ୍ୟ 27 ଗୋଟି ଜ଼ିଲ୍ଲା ରେ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ନାହାନ୍ତି ଏହି ଜ଼ିଲ୍ଲା ମାନ ଙ୍କରେ ପ୍ରଭାରୀ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ଦ୍ୱାରା ପରିଚାଳିତ ହେଉଛି l ଖାଲି ସେତିକି ନୁହେଁ ଓଡିଶା ର 314 ଗୋଟି ବ୍ଲକ ମଧ୍ୟରୁ ଅଧିକାଂଶ ବ୍ଲକ ରେ ସହକାରୀ ମତ୍ସ୍ୟ ଅଧିକାରୀ ପଦବି ଖାଲି ପଡିଛି l ଠିକ ସେହିପରି ରାୟଗଡା ଜ଼ିଲ୍ଲା ରେ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ନ ଥିବା ରୁ ପ୍ରଭାରୀ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ୱାରା ପରିଚଳିତ ହେଉଥିବା ବେଳେ ଜ଼ିଲ୍ଲା ର 11 ଗୋଟି ବ୍ଲକ ମଧ୍ୟରୁ କେବଳ ବିଷମକଟକ ଓ ରାମନାଗୁଡ଼ା ବ୍ଲକ ରେ ସହକାରୀ ମତ୍ସ୍ୟ ଅଧିକାରୀ ନିଯୁକ୍ତି ଥିବାବେଳେ ଅନ୍ୟ 9 ଗୋଟି ବ୍ଲକ ରେ ସହକାରୀ ମତ୍ସ୍ୟ ଅଧିକାରୀ ନାହାନ୍ତି l ଯୋଦ୍ୱାରା ନାହିଁ ନାହିଁ ରେ ଚାଲିଛି ମତ୍ସ୍ୟ ବିଭାଗ l ମାତ୍ର ଉକ୍ତ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକ୍ଷମ କରିବାରେ ସାଧାରଣତଃ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଦୁଃଖର ବିଷୟ ଏହିକି ଯେ, ୨୭ ଟି ଜିଲ୍ଲା ଦୀର୍ଘ ୫ବର୍ଷ ଧରି ବିନା ଜିଲ୍ଲା ମତ୍ସ୍ୟ ଅଧିକାରୀ ରେ ପରିଚାଳିତ ହେଉଅଛି। ନାହିଁ ନାହିଁରେ ଚାଲିଛି ସମସ୍ତ ଜିଲ୍ଲା ମତ୍ସ୍ୟ ବିଭାଗ। ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଓ ନୟାଗଡ ଏଇ ତିନୋଟି ଜିଲ୍ଲାକୁ ଛାଡ଼ିଦେଲେ ଆଉ ସମସ୍ତ ଜିଲ୍ଲାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ପଦବୀ ଫାଙ୍କା ପଡ଼ିଛି। ରାଜ୍ୟ ସରକାରଙ୍କ Odisha vision-2036 ରେ ମତ୍ସ୍ୟ ଉତ୍ପାଦନ ୩.୩ ମିଲିୟନ ମେଟ୍ରିକ ଟନ ରେ ପହଞ୍ଚାଇବା ଏବଂ ମତ୍ସ୍ୟ ସମ୍ପଦ ର ୧୦ ଗୁଣ ବିକାଶ କରିବାର ବାର୍ତ୍ତା ଯେ କେତେଦୂର ସଫଳ ହେବ ତାହା ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି। ମତ୍ସ୍ୟ ବିଭାଗର ଏପରି ସ୍ଥାଣୁତ୍ତା ତଥା ଟାଳଟୁଳ ନୀତି ସମସ୍ତଙ୍କୁ ଚକିତ କରିଛି। ଏଥିପ୍ରତି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟିଗୋଚର ତଥା ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ଅନେକ ବୁଦ୍ଧିଜୀବୀ ଆଶା ପ୍ରକଟ କରିଛନ୍ତି।ମତ୍ସ୍ୟ ବିଭାଗ ରେ ଖାଲି ପଡିଥିବା ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଓ ବ୍ଲକ ରେ ସହକାରୀ ମତ୍ସ୍ୟ ଅଧିକାରୀ ନାହାନ୍ତି ଏହା କେବେ ପୂରଣ ହେବ ବୋଲି ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମାଲିକ ମତ୍ସ୍ୟଓ ପଶୁ ବିକାଶ ବିଭାଗ ଙ୍କ ରାୟଗଡା ଗସ୍ତ ସମୟରେ ପଚାରିବାରୁ ସେ ନିଜେ ପ୍ରତିକ୍ରିୟାରେ କହିଲେ ପୂର୍ବ ସରକାର ଙ୍କ ଭୁଲ ନିଷ୍ପତି ପାଇଁ ଓଡିଶା ବହୁତ ବିଭାଗ ରେ ବିଭିନ୍ନ ପଦ ପଦବୀ ଖାଲିପଡିଛି ଏମିତିକି ଓଡିଶା ର ବିଭିନ୍ନ ଜ଼ିଲ୍ଲା ରେ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଓ ବ୍ଲକ ସ୍ତର ରେ ସହକାରୀ ମତ୍ସ୍ୟ ଅଧିକାରୀ ପଦବି ଖାଲି ରହିଛି l ଏଥିପାଇଁ ମୋହନ ମାଝୀ ଙ୍କ ସରକାର ଏହି ସବୁ ପଦବି ପୂରଣ କରିବାକୁ ଯାଉଛିନ୍ତି ଓ ଆଗାମୀ 2036 ମସିହା ରେ ମତ୍ସ୍ୟ ଉତ୍ପାଦନ 3.3 ମିଲିୟନ ମେଟ୍ରିକ ଟନ ହେବ ଏଥିରେ ସନ୍ଦେହ ନାହିଁ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ କହିଛନ୍ତି l

Leave a Reply

Your email address will not be published. Required fields are marked *