ଟିକାବାଲି ସମିତି କାର୍ଯ୍ୟାଳୟ ଆଧାର ସଂଯୋଗକୁ ନେଇ ହୋ ହାଲ୍ଲା…………………………………..ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ପଂଚାୟତ ସମିତି କାର୍ଯ୍ୟାଳୟ ଆଗରେ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି l ଯେ ସକାଳୁ 8 ଘଣ୍ଟିକା ଠାରୁ ଲୋକେ ଆସି ଲମ୍ବା ଧାଡ଼ିରେ ଠିଆ ହୋଇ ଆଧାର ରେ ମୋବାଇଲ ନଂ ଓ ଆଧାର କୁ ଓପଡେଟ କରିବାକୁ ନେଇ ଲୋକେ ଏଭଳି ହନ୍ତସନ୍ତ ହେଉଛନ୍ତି ଯେ କହିଲେ ନ ସରେ l ଗୋଟିଏ ପଟେ ସରକାର ଙ୍କ ସୁଭଦ୍ରା ଯୋଜନା ରେ ସାମିଲ ହେବା ଏବଂ ଅନ୍ୟ ପଟେ ସରକାର ଙ୍କନିଷ୍ପତି ଅନୁସାରେ ରେସନ କାର୍ଡ ରେ EKYC ଉପଡେଟ ସମସ୍ତ ଙ୍କୁ ବାଧ୍ୟ୍ୟ କରୁଛି ଆଧାର କେନ୍ଦ୍ରକୁ ଗହଳି କରିବା ଓ ଭିଡ଼ ଜମାଇବା ପାଇଁ l ସେନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକାବାଲି ଙ୍କୁ ଏବଂ ଦାୟିତ୍ୱ ରେ ଥିବା ଆଧାରବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ନେବାରୁ ରୁ ଜଣା ପଡିଛି ଯେ ବେଳେ ବେଳେ ଯାନ୍ତ୍ରିକ ତୃଟି ଏବଂ ସରବର ଡାଉନ ଯୋଗୁଁ ଏଭଳି ସମସ୍ୟାର ସମ୍ବୁଖିନ ହେବାକୁ ପଡୁଛି l ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଏବଂ ଲୋକେ କିପରି ସୁବିଧା ରେ ଆଧାର ସଂଶୋଧନ କରିବେ ସେଥି ପାଇଁ ପ୍ରତି ପଂଚାୟତ ରେ ଆଧାର ଅପଡେଟ ପାଇଁ ସୁ -ବ୍ୟବସ୍ଥା କରି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରାଯାଇଛି l ତେଣୁ ସମସ୍ତେ ବ୍ୟସ୍ତ ଓ ବିବ୍ରତ ନ ହୋଇ ନିର୍ଦ୍ଧାରିତ ସମୟଓ ତାରିଖ ରେ ନିଜ ନିଜ ଗ୍ରାମପଞ୍ଚାୟତ ରେ ଉପସ୍ଥିତ ରହି ଆଧାର ସଂଶୋଧନ କରିପାରିବେ ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଟିକାବାଲି ଅତିରିକ୍ତ ଗୋଷ୍ଠୀଉନ୍ନତୟନ ଅଧିକାରୀ ସୁନୀଲ କୁମାର ମଳିକଙ୍କ ସୂଚନା l
Related Posts
ଅପରେଟର ଓ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଏକ ବୈଠକ କରି ସେମାନଙ୍କ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଶତ ପ୍ରତିଶତ ସମ୍ପୂର୍ଣ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ନିବେଦନ ମଧ୍ୟ କରିଛନ୍ତି।
ଅପରେଟର ଓ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଏକ ବୈଠକ କରି ସେମାନଙ୍କ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଶତ ପ୍ରତିଶତ ସମ୍ପୂର୍ଣ ଓଡ଼ିଆ ଭାଷାରେ କରିବା ପାଇଁ…
ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ
‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ…
ପୁଣି ଜନନୀ ଯନ୍ତ୍ରଣା ତିନି କିଲୋ ମିଟର ଭାର ରେ ଭୂଆ ହେଲେ ଗର୍ଭବତୀ ମହିଳା।
ପୁଣି ଜନନୀ ଯନ୍ତ୍ରଣା ତିନି କିଲୋ ମିଟର ଭାର ରେ ଭୂଆ ହେଲେ ଗର୍ଭବତୀ ମହିଳା। ଆର, ଉଦୟଗିରି(ମନୋଜ କୁମାର ପାଢୀ) – ପୁଣି ଜନନୀ ଯନ୍ତ୍ରଣା…