ଜିଲ୍ଲାସ୍ତରୀୟ ବିଶ୍ବ ଆଦିବାସୀ ଦିବସ ପାଳନ
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଳକର ଖଜୁରୀପଦା ଗ୍ରାମର ବାବା ଆମ୍ବେଦକର ମାଧ୍ୟାମିକ ଉର୍ଚ ବିଦ୍ୟାଳୟ ଖେଳ ପଡିଆରେ ଠାରେ ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ମହା ଆଡମ୍ବରରେ ପାଳିତ ହୋଇଥିଲା । ଏଥିରେ ୧୦ଟା ସମୟରେ ଜିଲ୍ଲା ସଭାପତି ନିର ଭୂୟାଁ ଅଧ୍ୟକ୍ଷତାରେ ବଡପଦା ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ଆଦିବାସୀ ମାନେ ବାଦ୍ୟଯନ୍ତ ସହ ସହର ପରିକ୍ରମା କରି ସଭା ସ୍ଥଳରେ ପହଞ୍ଚିଥିଲେ । ୧୧ ଘଣ୍ଟା ସମୟରେ ସଭା ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସସଂଦ ନିରଜନ ବିପି, ପୂର୍ବତନ ମୂଖ୍ୟମନ୍ତୀ ଗିରିଧାରୀ ଗମାଙ୍ଗ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ରାଜ୍ୟ ଅତିରିକ୍ତ ଇଲେସନ୍ କମିଶନର ପବିତ୍ର ମଣ୍ଡଳ, ଅବସରପାତ ଓଏଏସ୍ ଅଫିସର ଅଶୋକ ଭୂୟାଁ, ମଞ୍ଚ ଉପରେ ଉପସ୍ଥିତ ଥିଲେ ସମସ୍ତ ଅତିଥିମାନେ ଆଦିବାସୀ ମାନଙ୍କୁ ଉନ୍ନତି କିପରି ହେବ ତାହା ଉପରେ ଆଳକପାତ କରିଥିଲେ । ଜିଲ୍ଲା ସମସ୍ତ ଗ୍ରାମରୁ ୧୦ ହଜାରୁ ଅଧିକ ସମାବେଶ ହୋଇଥିଲେ । ବ୍ଳକର ସଭାପତି ଜେମସ୍ ରାଇକା ଧନ୍ୟବାଦ ଅର୍ପଣ କରିଥିଲେ ।
