30 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ।

30 କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ ।

ଆର, ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ମୋହନା ଥାନା ଢ଼ିମିରିଝୋଳି ନିକଟରେ ବାଇକ ସହ 30 କିଲୋ ଗଞ୍ଜେଇ ଜବତ କରିଛି ପୋଲିସ l ଏହି ଘଟଣା ରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି l ଗିରଫ ଅଭିଯୁକ୍ତ ହେଲେ ସେହି ଗାଁର ଶଙ୍କର ଶବର (22) l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟାରେ ଚାନ୍ଦିପୁଟ ନିକଟରେ ଏସଆଇ ବିଏନ ରେଡି ଙ୍କ ନେତୃତ୍ୱରେ ପୋଲିସ ପେଟ୍ରୋଲିଂ କରୁଥିଲେ l ଏହି ସମୟରେ ଏକ ବାଇକ କୁ ଅଟକାଇ ଯାଞ୍ଚ କରିଥିଲେ l ଏଥିରେ 30 କିଲୋ ଗଞ୍ଜେଇ ବ୍ରହ୍ମପୁର ଚୋରା ଚାଲାଣ ହେଉଥିବା ଜଣା ପଡିଥିଲା l ଏହି ଗଞ୍ଜେଇ କଣ୍ଟାସାରୁ ଗାଁର ଦୀନବନ୍ଧୁ ଙ୍କ ଠାରୁ ଆଣିଥିଲା l ଆର. ଉଦୟଗିରି ଏସ୍ଡ଼ିପିଓ ସୁରେଶ ତ୍ରିପାଠୀ ଏହାର ତଦନ୍ତ କରିଥିବା ବେଳେ କେଶ ନମ୍ବର 119/25 ରେ ମାମଲା ରୁଜୁ ହୋଇଥିବା ଏସ୍ଡ଼ିପିଓ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *