ଲକ୍ଷ୍ମୀପୁରରେ ଡକାୟତି ଦଳର ୪ ସଦସ୍ୟ ଗିରଫ, ୭୬ ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ ଜବତ

ଲକ୍ଷ୍ମୀପୁରରେ ଡକାୟତି ଦଳର ୪ ସଦସ୍ୟ ଗିରଫ, ୭୬ ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ ଜବତ

ଲକ୍ଷ୍ମୀପୁର (କୋରାପୁଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ପୁଲିସ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଏକ ଡକାୟତି ଦଳର ୪ ସଦସ୍ୟଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ —ଗୋବିନ୍ଦ ଖରା (୪୫)ପଦ୍ମନ ମାଣ୍ଡିଙ୍ଗା (୨୯)ମୁନା ଖସଲା (୨୧)ସଦାନନ୍ଦ ମହାନନ୍ଦିଆ (୨୦)ପୁଲିସ ତାଙ୍କ ପାଖରୁ ୭୬,୦୦୦ ଟଙ୍କା ନଗଦ, ୪ଟି ମୋବାଇଲ, ୨ଟି ବାଇକ୍, ଚୋରି ହୋଇଥିବା ଗୋଟିଏ ମୋବାଇଲ ସେଟ୍‌ ଓ ଗୋଟିଏ ଅଟୋ ଚାବି ଜବତ କରିଛି।ପୁଲିସ ସୂଚନା ଅନୁଯାୟୀ, ଏହି ଡକାୟତି ଦଳ ଏଲାକାରେ ବହୁତ ଅପରାଧିକ କାର୍ଯ୍ୟକଳାପରେ ଜଡିତ ଥିଲା। ତଦନ୍ତ ଚାଲିଥିବା ବେଳେ ଆହୁରି କିଛି ଲୋକ ଗିରଫ ହେବାର ସମ୍ଭାବନା ରହିଛି।