୧୦୭୮ କଇଁଛ ଜବତ, ୩ ଅଭିଯୁକ୍ତ ଗିରଫ

ମୋଟୁରେ ବଡ଼ ସଫଳତା: ୧୦୭୮ କଇଁଛ ଜବତ, ୩ ଅଭିଯୁକ୍ତ ଗିରଫ

କାଲିମେଳା – ମାଲକାନଗିରି ଜିଲ୍ଲାରେ ଅବସ୍ଥିତ ମୋଟୁ ବନ ବିଭାଗ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା କ୍ଷେତ୍ରରେ ବଡ଼ ସଫଳତା ମିଳିଛି। ବେଆଇନ କଇଁଛ ପାଲିବା ଦାନ୍ଡିକୁ ଅଟକାଇ ୧୦୭୮ ଟି କଇଁଛ ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସୂଚନାନୁଯାୟୀ, ବନାଧିକାରୀ ସାଇ କିରଣ ଡି ଏନଙ୍କ ନିର୍ଦ୍ଦେଶରେ ବିଶେଷ ଟିମ ଗଠନ କରାଯାଇଥିଲା। ମୋଟୁ ବ୍ରିଜ ଓ କୋଣ୍ଟା ବ୍ରିଜ ନିକଟରେ ରାତିରେ ପାଟ୍ରୋଲିଂ କରାଯାଇଥିଲା। ଏହି ଅଭିଯାନରେ ମୁଖ୍ୟ ବନପାଳ ମୁରଳୀଧର ଅନୁଗୁଳିଆ ନେତୃତ୍ୱ ଦେଉଥିଲେ।

ଅବଶେଷରେ, ଏକ ବୋଲେରୋ ଗାଡିକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାକୁ ବେଳେ ୧୦୭୮ ଟି କଇଁଛ ମଧ୍ୟରୁ ୯୧୦ ଟି ଜୀବନ୍ତ ଅବସ୍ଥାରେ ମିଳିଛି। ଗାଡି ଓ ଅଭିଯୁକ୍ତମାନଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।ଏହି ଅଭିଯାନ ବନ୍ୟଜନ୍ତୁ ସୁରକ୍ଷା ଓ ବେଆଇନ ବ୍ୟବସାୟ ବିରୋଧରେ ଏକ ମାନଦଣ୍ଡ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *