ବ୍ରହ୍ମପୁର ଶାସ୍ତ୍ରୀନଗରରେ ଦିନଦହାଡ଼େ ଗୁଳିକାଣ୍ଡ, ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଗୁରୁତର

ବ୍ରହ୍ମପୁର ଶାସ୍ତ୍ରୀନଗରରେ ଦିନଦହାଡ଼େ ଗୁଳିକାଣ୍ଡ, ବ୍ୟବସାୟୀ ବାଳକୃଷ୍ଣ ଆଚାରୀ ଗୁରୁତର

ବ୍ରହ୍ମପୁର ଗୁଳିକାଣ୍ଡ, ବ୍ୟବସାୟୀ ଉପରେ ଗୁଳି, ବଡ଼ବଜାର ଥାନା, ଶାସ୍ତ୍ରୀନଗର ୫ମ ଲାଇନ୍‌, MKCG ହସ୍ପିଟାଲ,

ବ୍ରହ୍ମପୁର (୬ ଅଗଷ୍ଟ ୨୦୨୫): ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ୫ମ ଲାଇନ୍‌ରେ ଆଜି ସଂଧ୍ୟା ସମୟରେ ଏକ ଆତଙ୍କଜନକ ଗୁଳିକାଣ୍ଡ ଘଟିଛି। ଅଜଣା ଦୁଷ୍କୃତମାନେ ଏକ କାର୍‌ ରେ ଆସି ଥିବା ବେଳେ, ସ୍ଥାନୀୟ ବ୍ୟବସାୟୀ ଏସ୍‌. ବାଳକୃଷ୍ଣ ଆଚାରୀ (୪୭) ଙ୍କ ଉପରେ ଗୁଳି ମାଡ଼ି ଚମ୍ପଟ ମାରିଦେଇଛନ୍ତି।ଘଟଣାରେ ବାଳକୃଷ୍ଣ ଙ୍କ ବାମ ହାତ ଡେଣାରେ ଗୁଳି ଲାଗିଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅତି ତ୍ୱରାଣ୍ଣତରେ MKCG ମେଡିକାଲ ରେ ଭର୍ତ୍ତି କରାଯାଇଛି।ଏଯାଁତା ଗୁଳିକାଣ୍ଡ ପଛରେ ଥିବା ରିଝ ମନ୍ତ୍ରଣା ଜଣାପଡ଼ିନଥିଲେ ମଧ୍ୟ, ପୋଲିସ ଓ ସ୍ଥାନୀୟ ମାନ୍ୟଙ୍କ ଅନୁସାରେ ବ୍ୟବସାୟ ସମ୍ପର୍କୀୟ ଶତ୍ରୁତା ଥିବା ଆଶଙ୍କା କରାଯାଉଛି।

ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁଷ୍କୃତମାନେ କେହି ଥିଲେ, ଏବଂ ଗୁଳିକାଣ୍ଡ ପଛର ଉଦ୍ଦେଶ୍ୟ କଣ ଥିଲା, ତାହା ଉଜାଗର କରିବା ପାଇଁ ଚେଷ୍ଟା ଜାରି ରହିଛି।

Leave a Reply

Your email address will not be published. Required fields are marked *