ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା। ସେମିଳିଗୁଡା.ତାରିଖ ୪.୮.୨୦୨୫.ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ତରଫରୁ ଏକ ଟିମ୍ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଶ୍ରୀ କନୱର ବିଶାଲ ସିଂହଙ୍କୁ ତାଙ୍କ କୋରାପୁଟ କାର୍ଯ୍ଯାଳୟରେ ଭେଟି ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଲିିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ର,ଗଣେଶ୍ଵର ପାଣିଗ୍ରାହୀ,ଡକ୍ଟର ରାଜକିଶୋର ନାୟକ,ପ୍ରମୂଖ ଏହି ଟିମରେ ଯାଇଥିଲେ।ଏଥିସହ ଜିଲ୍ଲାରେ ରୋହିଂଗିଆ ବାଂଲାଦେଶୀଙ୍କ ଅନୁପ୍ରବେଶ ରୋକିବାପାଇଁ ଅନୁରୋଧ କରିଥିଲେ।ଜିଲ୍ଲାର ଅନ୍ଯାନ୍ଯ ସମସ୍ୟା ବିଷୟରେ ବି ଆଲୋକପାତ କରିଥିଲେ।ସମସ୍ତ ବିଷୟ ପ୍ରତି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇ ଥିଲେ। ପ୍ରକାଶ ଥାଉ କି ଶ୍ରୀ ସିଂହ ଏହି ଜିଲ୍ଲାରେ ଏସପି ଥିଲାବେଳେ ଜିଲ୍ଲାର ଆଇନ ଶୃଙ୍ଖଳାରେ ସୁଧାର ଆଣିବାକୁ ଥାନାଗୁଡିକୁ ଲୋକାଭିମୁଖୀ କରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇ ପାରିଥିଲେ। ଉଲ୍ଲେଖଯୋଗ୍ଯ ବିଷୟ ଯେ ଶ୍ରୀ ସିଂହ ଡିଆଇଜି ହିସାବରେ ଯୋଗ ଦେବାପରେ ତାଙ୍କ କାର୍ଯ୍ଯାଳୟକୁ ମଧ୍ଯ ଜନସାଧାରଣ ସୁଲଭ କୌତୁହଳ କରିଛନ୍ତି।ତାଙ୍କର ଯୋଗଦାନ ପରେ ଜିଲ୍ଲାବାସୀ ବହୁତ ଖୁସି ଅଛନ୍ତି।

By admin

Leave a Reply

Your email address will not be published. Required fields are marked *