ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

Spread the love

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଶିକ୍ଷା ଅଧିନସ୍ଥ ଅତାବିରା ବ୍ଲକ ସ୍ଥିତ ଟାମ୍ପରସରା ହାଇସ୍କୁଲର ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ତ୍ରିପାଠୀଙ୍କ ଚାକିରି କାର୍ଯ୍ୟକାଳ ସମାପ୍ତ ହେତୁ ପ୍ରଧାନ ଶିକ୍ଷକ ଶ୍ରୀ ମନୋହର ଦାଶଙ୍କ ସଭାପତିତ୍ୱରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଅଛି l ମୁଖ୍ୟଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ , ସମ୍ମାନିତ ଅତିଥି ଡୋଳାମଣି ମହାନନ୍ଦ, ପ୍ରେମରାଜ ନାଏକ, ମୋ ସ୍କୁଲ ଅଭିଯାନର ସଭାପତି ଧନମାଳୀ ଭୁଏ,ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର କୁମାର ପ୍ରଧାନ ,କାଦୋବାହାଲ ସି.ଆର.ସି.ସି ତ୍ରିଲୋଚନ ସେଠ, ଛନ୍ଦପାଲି ସି.ଆର.ସି.ସି କେଶବ ଛନ୍ଦ ମଂଚାସୀନ ଥିଲେ ।

ଶ୍ରୀଯୁକ୍ତ ତ୍ରିପାଠୀ ଦୀର୍ଘ ନଅ ବର୍ଷ ଧରି ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ l ସେ ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ ସି.ଆର.ସି.ସି. ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ l ଜଣେ ଭଲ ସାଧନ କର୍ମୀ , କର୍ମଠ, ମେଳାପୀ, ଛାତ୍ରବତ୍ସଳ ଭାବରେ ସୁପରିଚିତ l ତାଙ୍କର ବିଦାୟ କାଳୀନ ସଭାରେ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଥିଲା। ପରେ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇ ଅବସରକାଳୀନ ଜୀବନର ସୁଖମୟ କାମନା କରାଯାଇଥିଲା ।ବିଦାୟ ସଭା ଶେଷହେବା ପରେ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା l ଶିକ୍ଷକ ତ୍ରିନାଥ କୁମ୍ଭାର ସଭା ପରିଚାଳନ କରିଥିବା ବେଳେ ସଙ୍ଗୀତା ରାଉତରାୟ ଅତିଥି ପରିଚୟ ଓ ବିଜୁଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ଶିକ୍ଷକ ମୁକୁନ୍ଦ ବେହେରା ,ଜୟନ୍ତ ଦେହେରୀ ,ଅନୁପମା ତାଣ୍ଡି ,ସୁଜାତା ମହାନନ୍ଦ, ଅଭିଷେକ ବାରିକ ,କୁନାଲ କର୍ଣ୍ଣ ,ଶୁଭ୍ରାଂଶୁ ଶେଖରସାହୁ, ଲିପ୍ସା ଥପା ପ୍ରମୁଖ ସହଯୋଗ କରିଥିଲେ ।