ଯକୃତ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

Spread the love

ଯକୃତ ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

**ବ୍ରହ୍ମପୁର ସହର , କୈଳାଶ ଚନ୍ଦ୍ର ଚୌଧୁରୀ,ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିଶ୍ଵ ଯକୃତ ରୋଗ ଦିବସ ଅବସରରେ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଅଧିକ ଖରାରେ ପରିଶ୍ରମ, ଅମ୍ଳ, ଲବଣ, ମଦ୍ୟ,ଲଙ୍କା, ଦିବାନିଦ୍ରା, ତୈଳ ଯୁକ୍ତ ଖାଦ୍ୟ, ରାସାୟନିକ ଔଷଧ ଓ ମାଟି ଖାଇଲେ, ଦୂଷିତ ଜଳପାନ, ସଂକ୍ରମିତ ରକ୍ତ ଗ୍ରହଣ ଦ୍ଵାରା ଯକୃତ ରୋଗ ହୁଏ। ଏ ସବୁଥିରୁ ଦୁରେଇ ରୁହନ୍ତୁ ଓ ହରଡା ଚୂର୍ଣ୍ଣ ସହ ଗୁଡ଼, କଞ୍ଚା ହଳଦୀ, କାକଜଙ୍ଘା ପତ୍ର ରସ, କାକମାଚି ପତ୍ର ରସ ଯେକୌଣସି ଗୋଟିଏ ଚିକିତ୍ସକଙ୍କ ପରାମର୍ଶରେ ଖାଇଲେ ଭଲ ହୋଇଯାଏ। ଲୌହ ଯୁକ୍ତ ଖାଦ୍ୟ, ଶାଗ, ପୁନର୍ନବା ରସ ପିଇଲେ ଯକୃତ ରୋଗ ଭଲ ହୋଇଯାଏ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହେଉଛି,ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି ଡ଼ଃ ନକୁଳ ସାହୁ, ଫୋନ 9861450612,