ଭରତପୁର ବଜରଙ୍ଗୀ ବିହାରରେ ୭୮ତମ ସ୍ୱାଧୀନତା ଦିବସ ପାଳନ …ଭୁବନେଶ୍ୱର :- ରାଜଧାନୀ ଭୁବନେଶ୍ୱର ଭରତପୁର ଜି ଏ କଲୋନୀ ନିକଟସ୍ଥ ବଜରଙ୍ଗୀ ବିହାର ଶନି ମନ୍ଦିର ସମ୍ମୁଖରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ୭୮ତମ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ବହୁ ଆଡମ୍ବର ରେ ପାଳନ ହୋଇଯାଇଛି l ଆଜିର ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ମହାନଗର ନିଗମ, ଓଡିଶା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଏହି ସ୍ୱାଧୀନତା ଦିବସ ପାଳନ ଅବସରରେ ବଜରଙ୍ଗୀ ବିହାର ର କମିଟି ର ସଭାପତି ଶ୍ରୀମତୀ କ୍ଷେତ୍ରମଣି ଦାସ , ସମ୍ପାଦକ ଶ୍ରୀ ପ୍ରଦୀପ୍ତ ଜେନା , ଉପଦେଷ୍ଟା ବିଜୟ କର,ଏବଂ ଜୟ ପ୍ରକାଶ, କୃଷ୍ଣ ଚନ୍ଦ୍ର, ସନ୍ତୋଷ କୁମାର ନାୟକ (ବୁଲୁ ), ଆନନ୍ଦ ଚନ୍ଦ୍ର ନାୟକ, ସନ୍ତୋଷ କୁମାର ମହାରଣା, ଶଙ୍କର ମଣ୍ଡଳ, କୁନା ଦିଗାଲ, ବୁଦ୍ଧିଜୀବୀ,ଭାଇ ଓ ଭଉଣୀ ପ୍ରମୁଖ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ l ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ୭୮ତମ ୧୫ ଅଗଷ୍ଟ ସ୍ଵାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ଥିବା ବଜରଙ୍ଗୀ ବିହାର ର ସମସ୍ତ ଜନସାଧାରଣଙ୍କୁ ଦେଶ ସ୍ୱଧିନତା ବିଷୟରେ ସୁନ୍ଦର ଭାବରେ ନିଜର ଅଭିଭାଷଣ ଦେଇଥିବା ଦେଖିବାକୁ ମିଳିଛି । ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ କୁ ସ୍ୱାଧୀନତା ଦେଇଥିବା କ୍ରାନ୍ତିକାରୀ ଙ୍କୁ ଅନେଶ୍ଵଣ କରିବା ବାପା ମା ଙ୍କୁ ଓ ଜାତୀୟ ପତାକାକୁ ସଂମ୍ମାନ ଦେବା, ଦେଶ ର ହିତ ରେ ସର୍ବଦା ଆଗକୁ ବଡ଼ିବା ସୁନ୍ଦର ଭାବରେ ନିଜର ଅଭିଭାଷଣ ରଖିଥିବା ଦେଖିବାକୁ ମିଳିଛି l ବଜରଙ୍ଗୀବିହାର ରେ ମିଳିମିଶି ରହି ବାସ କରି ନିଜର ଜୀବନ, ପରିବାର କୁ ଆଦର୍ଶ ପ୍ରେମରେ ଗୋଡ଼ି ତାଲିବାକୁ ଅବଗତ କରି ଆଜିର ସ୍ୱାଧୀନତା ଦିବସ କୁ ସଫଳତା କରିଥିଲେ l
Related Posts
ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ
ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ ଭୁବନେଶ୍ବର: ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ…
ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ
ମହେନ୍ଦ୍ରଗଡ଼ କାର୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ଆର, ଉଦୟଗିରି(ମନୋଜ କୁମାର ପାଢୀ/ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ…
ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସାମ୍ବାଦିକ ଅମୋଦ ବର୍ଦ୍ଧନ
ବାର୍ଦ୍ଧକ୍ୟ ଭତ୍ତା ଦ୍ୱାରରେ ପହଞ୍ଚାଇବା ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସାମ୍ବାଦିକ ଅମୋଦ ବର୍ଦ୍ଧନ ଗଜପତି -୧/୫/୨୦୨୪): ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ ପାଇଁ…