ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଳନ ହେଲା ୭୮ତମ ସ୍ୱାଧୀନତା ଦିବସ ସମାରୋହ

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପାଳନ ହେଲା ୭୮ତମ ସ୍ୱାଧୀନତା ଦିବସ ସମାରୋହ

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆଜି ୭୮ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ଗ୍ରନ୍ଥାଗାରର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।ସର୍ବପ୍ରଥମେ ଶ୍ରୀମତୀ ମିଶ୍ରଙ୍କ ଦ୍ୱାରା ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ । ନିଜର ଅଭିଭାଷଣରେ ଶ୍ରୀମତୀ ମିଶ୍ର ଦେଶର ସ୍ୱାଧୀନତା ସଂଗ୍ରାମରେ ଡ଼. ହରେକୃଷ୍ଣ ମହତାବଙ୍କ ଭୂମିକା ସମ୍ପର୍କରେ ଗୁରତ୍ୱାରୋପ କରିଥିଲେ। ଦେଶକୁ ସ୍ୱାଧୀନତା ଦେବାପାଇଁ ଡ଼. ହରେକୃଷ୍ଣ ମହତାବଙ୍କ ଲବଣ ସତ୍ୟାଗ୍ରହ ଏବଂ ଭାରତଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ ତଥା ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ତାଙ୍କର ଯୋଗଦାନ ସମ୍ପର୍କରେ ଶ୍ରୀମତୀ ମିଶ୍ର ଆଲୋକପାତ କରିଥିଲେ। ଆଜିର ଜାତୀୟ ଉତ୍ସବରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ବାପୁଜୀନଗର ସ୍ଥିତ ସନ୍ଥକବି ଭୀମଭୋଇ ପାଠାଗାରର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *