ଜିଲ୍ଲାପାଳ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ
ରାୟଗଡ:-ତା.୨୫/୦୭ – ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କାହଁରଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ସଭାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅନୁବିଭାଗୀୟ ଅଧିକାରୀ ସମ୍ବର୍ଦ୍ଧନା ଦେଇଥିଲେ l ସେହିପରି ସ୍ଥାନୀୟ ପ୍ରଦକ୍ଷିଣ ଗୃହ ସମିଳନୀ କକ୍ଷରେ ରାଜସ୍ବ ଅଧିକାରୀ ମାନଙ୍କ ତରଫରୁ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁର ଅଧ୍ୟକ୍ଷତlରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଶ୍ରୀ ରମେଶ କୁମାର ଜେନା,ଉପଜିଲ୍ଲାପାଳ ରାୟଗଡ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ,ପିଏ ଆଇଟିଡ଼ିଏ ରାୟଗଡ଼, ଜିଲ୍ଲାର ସମସ୍ତ ତହସିଲଦାର ଏବଂ ଅତିରକ୍ତ ତହସିଲଦାର, ଅନ୍ୟାନ୍ୟ ରାଜସ୍ୱ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ l ଜିଲ୍ଲାପାଳଙ୍କ ରାୟଗଡ ଜିଲାରୁ ବଦଳି ହୋଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନକ୍ଷମ ଶଶକ୍ତି କରଣ ବିଭାଗର ନିର୍ଦେଶକ ହୋଇ ଯାଉଛନ୍ତି ଏବଂ ଶ୍ରୀମତୀ ପଟାୱରୀଙ୍କ ଜିଲ୍ଲାରେ ସ୍ୱଳ୍ପକାଳୀନ ସମୟ ଭିତରେ ଜିଲ୍ଲାକୁ ପ୍ରଗତି ପଥରେ ଆଗେଇନେଉଥିଲେ l ତାଙ୍କ କାର୍ଯ୍ୟକାଲ ସମୟରେ ଜିଲ୍ଲା ମଣ୍ଡଳ ଶୁଭlରମ୍ବ, ସ୍ୱାମୀତ୍ୱ ଯୋଜନାରେ ସହାୟତା ବଣ୍ଟନ କାର୍ଯ୍ୟକ୍ରମ କୁ ସୁପରିଚାଳନା, ଆକାଂକ୍ଷା ଜିଲ୍ଲା ସର୍ବକୃଷ୍ଟ ସ୍ଥାନ ପାଇଁ ପୁରସ୍କୃତ ହେଇ ପାରିଥିଲl, ଆଦିମ ଜନଜାତି ଅଧ୍ୟୁଷିତ ସକଟା ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ମାନ୍ୟତା ମିଳିପାରିଛି l ଜିଲ୍ଲାପାଳ ଜିଲ୍ଲାରେ କମ ସମୟ କାର୍ଯ୍ୟ କାଳରେ ତାଙ୍କ କାର୍ଯ୍ୟ ଶୈଳୀ,କାର୍ଯ୍ୟ ପରିଚାଳନା ଓ ଦିଗଦର୍ଶନ ଉପରେ ସମସ୍ତ କର୍ମଚାରୀ ଆଲୋକପlତ କରିଥିଲେ l ଜିଲ୍ଲାପାଳଙ୍କ ପରବର୍ତ୍ତୀ ଜୀବନ ଉତ୍ତରତ୍ତର ଉନ୍ନତି କାମନା କରିଥିଲେ l
