ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ ସଚେତନତା କାର୍ଯ୍ୟକ୍ରମକୁକୁଡାଖଣ୍ଡି ବ୍ଲକ ବାଲିପଡା ସ୍ଥିତ ମହୁରୀ କାଳୁଆ ଜୁନିୟର କଲେଜରେ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ “ସାପ କାମୁଡାର ପ୍ରାଥମିକ ଚିକିତ୍ସା ଓ ବନ୍ୟପ୍ରାଣୀ ଆଇନ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଦେଖାଯାଉଥିବା ସାପକୁ ଚିହ୍ନିବା, ସାପ କାମୁଡିଲେ ପ୍ରାଥମିକ ଚିକିତ୍ସା, ସମେତ ବନ୍ୟପ୍ରାଣୀ ଆଇନରେ ସାପର ସୁରକ୍ଷାକୁ ନେଇ ଥିବା ପ୍ରାବଧାନ ବିଷୟରେ ପିପିଟି ମାଧ୍ୟମରେ ବୁଝା ଯାଇଥିଲା। ଏହାପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମରେ ଯେଉଁସବୁ ବିଷୟ ବୁଝା ଯାଇଥିଲା ସେଥିମଧ୍ୟରୁ କିଛି ବିଷୟକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଠିକ ଉତ୍ତର ପ୍ରଦାନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଞ୍ଚଳିକ ବିକାଶ ପରିଷଦ ସଭାପତି ସାଗର କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ବିଷୋୟୀ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଉମେଶ କୁମାର ପାତ୍ର, ଏ. ସତ୍ୟ ନାରାୟଣ ସେନାପତି, ତ୍ରିପତି ବିଷୋୟୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଙ୍କ ଦ୍ୱାରା ୧୦ ଜଣ ସର୍ପ ଉଦ୍ଧାରକଙ୍କୁ ସମ୍ମାନିତ କରାଯାଇଥିଲା। ବ୍ରହ୍ମପୁର ସବୁଜ ବାହିନୀ କୋଷାଧ୍ୟକ୍ଷ ଏମ. ଦିଲ୍ଲୀପ କୁମାର ମଞ୍ଚ ପରିଚାଳନା କରିଥିଲେ।
Related Posts
ଦିବ୍ୟାଙ୍ଗ ଶିଶୁଙ୍କୁ କୁକୁର କାମୁଡି ଗୁରୁତର
ଏକୁଟିଆ ଥିବା ବେଳେ ଘରେ ପଶି ଆସି ଗୁପ୍ତାଙ୍ଗକୁ କାମୁଡିଲା କୁକୁର, ଦିବ୍ୟାଙ୍ଗ ଶିଶୁ… ଗଜପତି,୨୨ା୧୧(ମନୋଜ ପଢୀ)- ମୋହନା ବ୍ଲକ ଅନ୍ତର୍ଗତ ଗରଡ଼ମା ପଞ୍ଚାୟତର ମୋବିଲି ଗାଁରେ…
ଜିଲ୍ଲାପାଳଙ୍କ ଗୋଷାଣି ବ୍ଲକ୍ ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ।
*ଜିଲ୍ଲାପାଳଙ୍କ ଗୋଷାଣି ବ୍ଲକ୍ ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା । ଗଜପତି,୧୪.୮(ମନୋଜ ପାଢ଼ୀ):- ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଗୋଷାଣୀ ବ୍ଲକ୍…
ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର l
ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର l ଆସିକା(୪/୭/୨୬) ଲଘୁଚାପ ଜନିତ ବର୍ଷା ଶୁକ୍ରବାର ଠାରୁ ଧରାକୋଟ ଅଞ୍ଚଳରେ ଆରମ୍ଭ ହୋଇଛି ।…
