ସିସିଡି ତରଫରୁ ରାୟଗଡ ବ୍ଲକର ୨୯ ଜଣ ଅସହାୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହଯୋଗ ଭାବରେ ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ବଣ୍ଟନ । ଗଜପତି(ମନୋଜ ପାଢୀ)ଶିକ୍ଷା ମାଧ୍ୟମରେ ଗ୍ରାମ ଓ ଜୀବନର ପରିବର୍ତ୍ତନ ଘଟାଇବା ଲକ୍ଷ୍ୟରେ ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ (ସିସିଡ଼ି) ତରଫରୁ ରାୟଗଡ ବ୍ଲକର ୭ଟି ଗ୍ରାମର ୨୯ ଜଣ ଏକକ ମାତୃ-ପିତୃ ହୀନ , ପାଠ ଛାଡ଼ିଥିବା ଓ ଅତ୍ୟନ୍ତ ଆବଶ୍ୟକତାମୂଳକ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉଦ୍ଦେଶ୍ୟରେ ସହଯୋଗ ପାଇଁ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମଟି ରାୟଗଡା ବ୍ଲକ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରାୟଗଡ ବ୍ଲକ ଉନ୍ନୟନ ଅଧିକାରୀ ଶୁଶାନ୍ତ ବାରିକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ। ସେ ସ୍ୱୟଂ ନିଜ ଛାତ୍ରଜୀବନ ର ଅଭିଜ୍ଞତା ସହ ଜୀବନରେ ଘଟିଥିବା ବିଭିନ୍ନ ଘଟଣା ବିଷୟରେ କହିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇ ସଂଘର୍ଷ କରି ସଫଳତା ଲାଭ କରିବାକୁ ଉତ୍ସାହିତ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରେରଣା ଦେଇଥିଲେ ।ସିସିଡ଼ି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଏ. ଜଗନ୍ନାଥ ରାଜୁ ଏହି ଉଦ୍ୟମକୁ ଫେମିଲି ଫୋକଷଡ ଭିଲେଜ୍ ଡେଭଲପମେଣ୍ଟ ପ୍ରୋଗ୍ରାମ (ଏଫଏଫଭିଡ଼ିପି) ର ଏକ ଅଂଶ ବୋଲି କହି ଶିକ୍ଷା ଓ ଗ୍ରାମ ଉନ୍ନତି ପ୍ରତି ସିସିଡ଼ି: ର ସମର୍ପଣକୁ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ୨୯ ଜଣ ଛାତ୍ରଛାତ୍ରୀଙ୍କୁ ତଥା ଜଣପିଛା ୧୦ ହଜାର ଟଙ୍କା ଲେଖାଏଁ ଏଭଳି ମୋଟ ୨ ଲକ୍ଷ ୯୦ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି। ଏହା ଦ୍ୱାରା ଛାତ୍ରଛାତ୍ରୀ ମାନେ ସେମାନଙ୍କ ବିଦ୍ୟାଳୟ ଫିସ , ପଢ଼ା ସାମଗ୍ରୀ , ଓ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିପାରିବା ସହ ବେଶ ଉପକୃତ ହୋଇପାରିବେ ।ଏହି କାର୍ଯ୍ୟକ୍ରମଟି ମୁଖ୍ୟତଃ ସିସିଡି: ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଏ. ଜଗନ୍ନାଥ ରାଜୁ ଓ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନଙ୍କ ତତ୍ତ୍ୱାବଧାନରେ , ପ୍ରୋଜେକ୍ଟ ଅଫିସର ଶ୍ରୀ ଦେବାଶିଷ ପାଇକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ କାର୍ଯ୍ୟକ୍ରମକୁ ବି: ମାନସା ଏବଂ ନିରଞ୍ଜନ ପାଣିଗ୍ରାହୀ ସହଯୋଗ କରିଥିବା ବେଳେ, ସମ୍ପୃକ୍ତ ୭ ଗ୍ରାମର କମ୍ୟୁନିଟି ଏଜୁକେଟରମାନେ ମଧ୍ୟ ଉପସ୍ଥିତ ଥିଲେ।
