ବିଏସ୍ ଏନ୍ଏଲ୍ ସେବା ୯ମାସ ଅଚଳ, ମରାମତି ନହେଲେ ମୁଖ୍ୟ ରାସ୍ତା ଅବରୋଧ କରିବୁ ।

ବିଏସ୍ ଏନ୍ଏଲ୍ ସେବା ୯ମାସ ଅଚଳ, ମରାମତି ନହେଲେ ମୁଖ୍ୟ ରାସ୍ତା ଅବରୋଧ କରିବୁ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଦିନେ ନୁହେଁ କି ଦି ଦିନ । ଦୀର୍ଘ ୯ମାସ ହେଲା ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ଛେଳାଗଡ ପଞ୍ଚାୟତରେ ବିଏସଏନ୍ଏଲ୍ ସେବା ଅଚଳ ହୋଇପଡିଛି ଏ ନେଇ ଅସନ୍ତୋଷ ଦେଖାଦେଉଛି । ଛେଳାଗଡ ପଞ୍ଚାୟତ ସଦରମହକୁମା ୨୦୧୫- ୧୬ରେ ତକଳୀନ ଜିଲ୍ଲାପାଳ ମାନସୀ ନିମ୍ଭାଲଙ୍କ ଦ୍ବାରା ଉଦ୍ଘାଟିତ ହୋଇଥିଲା ବିଏସ୍ଏନଏଲ୍ ନେଟ୍ଓ୍ବର୍କ । ସେହି ଦିନ ଠିକ୍ ଭାବେ ଚାଲିଥିଲା ୯ ମାସ ହେଲା ଏହି ସେବା ସଂପୂଣ୍ଣ ବନ୍ଦ ହୋଇଯାଇଛି । ୯ ମାସ ମଧ୍ୟରେ ଅଞ୍ଚଳବାସୀ ନିର୍ବାଚନ ଜନପ୍ରତିନିଧିଙ୍କ ସମେତ ୩ ଥର ଗଜପତି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଥରେ ବିଏସ୍ଏନଏଲ୍ ବ୍ରହ୍ମପୁର ଡିଭିଜନ୍ ଅଫିସରେ ଅଧିକାରୀଙ୍କୁ ଗୁହାରି କରିଛନ୍ତି । ହେଲେ, କୌଣସି ପଦକ୍ଷେପ ନିଆଯାଇନାହିଁ । ଗତ୭/୮ ହେଲା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଏସ୍ଏନ୍ଏଲ ଟାଓ୍ବାର୍ ସ୍ଥାପନ କରାଯାଉଛି । ହେଲେ, ସେଗୁଡିକ ମଧ୍ୟ ଅଚଳା ଏଣୁ ଅନନ୍ୟୋପାୟ ହୋଇ ଅଞ୍ଚଳବାସୀ ଆସନ୍ତା ୧୭ ତାରିଖ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟାଆ ବନ୍ଦ ଡାକରା ଦେବା ସହ ସରପଞ୍ଚ ଡିଳିମ୍ବ ଗମାଙ୍ଗ, ଜଗନ୍ନାଥ ରଣଜିତ, ବିଜେଡି ନେତା ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ, ସୁମତି ରଇତଙ୍କ ସମେତ ଅଞ୍ଚଳବାସୀ ଛେଳିଗଡ ଛକ ଠାରେ ୩୨୬(ଏ)ନଂ ଜାତୀୟ ରାଜପଥକୁ ଅବରୋଧ କରିବା ପାଇଁ ଧମକ ଦେଇଛନ୍ତି। ଏମ୍ବନ୍ଧରେ ଏକ ଲିଖିତ ଦାବିପତ୍ର ଗଜପତି ଜିଲ୍ଲାପାଳ , ଏସ୍ପି ଓ ବ୍ରହ୍ମପୁର ବିଏସ୍ଏନ୍ଏଲ୍ କତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଉଛି । ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖିଥିବା ବେଳେ ଗଜପତି ଜିଲ୍ଲାରେ ଆଜି ବି ଅନେକ ଅଞ୍ଚଳ ଅଛି ଯେଉଁଠି ମୋବାଇଲ ସେବା ତଥା ଇଣ୍ଟରନେଟର ସୁବିଧା ପହଞ୍ଚି ପାରି ନାହଁ। ଯାହା ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଜିଲ୍ଲାର ରା ଉଦୟଗିରି ବ୍ଲକ ଛେଲାଗଡ, ସିଆଳିଲଟି, ଡାବରଗୁଡା ଆଦି ପଞ୍ଚାୟତରେ ମୋବାଇଲ ସେବା ତଥା ଇଣ୍ଟରନେଟର ସୁବିଧା ଆଜି ଯାଏଁ ହୋଇ ପାରିଲା ନାହିଁ। ମୋବାଇଲ ନେଟୱର୍କ ଉପଲବ୍ଧ ନଥିବାରୁ ଜରୁରୀକାଳୀନ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଲୋକଙ୍କ ଜୀବନ ଚାଲିଯାଉଛି, ଏଠି ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଠପ୍, ସରକାରଙ୍କ ମନରେଗା ଯୋଜନାରେ ବ୍ୟାଙ୍କ କାରବାର ହେଉ ଅବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥ କାରବାରରେ ବହୁ ସମସ୍ୟା ସୃଷ୍ଟି ହେଉଛି। ସରକାରୀ ଯୋଜନାର ତଥ୍ୟ ଅପଲୋଡ଼ ହୋଇ ନପାରି ଏହି ସବୁ ଅଞ୍ଚଳରେ ଯୋଜନାର କାର୍ଯ୍ୟକାରିତା ଉପରେ ସମସ୍ୟା ଦେଖାଦେଉଛି ।

Leave a Reply

Your email address will not be published. Required fields are marked *