କାଶୀନଗରରେ ବଡ଼ ଧରଣର ଚୋରି,୨ ମାସ ବିତିଲା ତଥାପି ଦୁର୍ବୃତ୍ତଙ୍କ ଟେର୍ ପାଉନି ପୋଲିସ
ଗଜପତି (୧୮/୬/୨୦୧୪):ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ଦୁଇ ମାସ ଭିତରେ ବଡ ଧରଣର ଚୋରି ଘଟିଛି। ୨ ମାସ ବିତିଲା. ତଥାପି ଦୁର୍ବୃତ୍ତଙ୍କ ଟେର ପାଉନି ପୋଲିସ | ଘଟଣାରୁ ପ୍ରକାଶ, କାଶୀନଗର ଥାନା ଅନ୍ତର୍ଗତ ଭିସ୍ତଲା ଗ୍ରାମ ଓ କଣ୍ଡରୁ ଗ୍ରାମରେ ଏହି ଚୋରି ହୋଇଥିବା ଜଣାପଡ଼ିଛି | ଭିସ୍ତଲା ଗ୍ରାମର ବାସିନ୍ଦା ଏମ. ତାଭିଟି ନାଇଡୁ ଓ କଣ୍ଡୁରୁ ଗ୍ରାମବାସୀ ଟି ଚିନା ବାବୁଙ୍କ ଘରେ ଲକ୍ଷାଧିକ ଟଙ୍କା ଓ ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି କାଶୀନଗର ଥାନାରେ | ଗତ ମେ ମାସ ୯ ତାରିଖ ଦିନ ଏମ ଚାରିଟି ନାଇଡୁ ଘରେ ରାତିରେ ମାଆ ସହ ଉପର ମହଲାରେ ଶୋଇଥିବା ବେଳେ ତଳ ଘରର ତାଲାକୁ ଭାଙ୍ଗି କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଓ ସୁନା ଚୋରି କରି ଚମ୍ପଟ୍ ମାରିଥିଲେ | ନାଇଡୁଙ୍କ କହିବା ଅନୁଯାୟୀ ଆଗାମୀ ଦିନରେ ତାଙ୍କ ବାହାଘର ପ୍ରସ୍ତୁତି ପାଇଁ ଘରେ ପାଖାପାଖ୍ ୮ ତୋଳା ସୁନା ସହ ୬ଲକ୍ଷ ଟଙ୍କା ରଖୁଥିଲେ | ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଉକ୍ତ ଟଙ୍କା ଓ ସୁନାକୁ ଚୋରି କରିଥିଲେ । ଏନେଇ ନାଇଡୁ ଚୋରି ହେବା ପରଦିନ ହିଁ କାଶୀନଗର ଥାନାରେ ଅଭିଯୋଗ ତଥା ଏତଲା ଦେଇଥିଲେ | କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ତଦନ୍ତ ଚାଲିଥିବା ନେଇ ପୁଲିସ କହୁଥିବା ବେଳେ ଚୋରି ହେବାର ମାସେରୁ ଅଧିକ ହୋଇଛି । କିନ୍ତୁ କୌଣସି ଚୋରି ଜିନିଷ ଫେରି ପାଇ ନ ଥିବା ଯୋଗୁ ପରବାର ଭାଙ୍ଗି ପଡ଼ିଛନ୍ତି। ସେହିପରି ଏପ୍ରିଲ ମାସ ୨୧ତାରିଖରେ କାଶୀନଗର ଥାନା ଅନ୍ତର୍ଗତ କଣ୍ଡୁରୁ ଗ୍ରାମର ଟି.ଚୀନାବାବୁଙ୍କ ଘରେ ୧୨.୫ ତୁଳା ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହେଇଥିଲା | ଚିନା ବାବୁ, ତାଙ୍କ ପତ୍ନୀ ଓ ତାଙ୍କ ପୁଅ ଘର ପିଣ୍ଡାରେ ଶୋଇଥିବା ବେଳେ ଦୁର୍ବୃତ୍ତ ଉପର ଘର ଦେଇ ପ୍ରବେଶ କରି ତଳ ଘରର ଆଲମିରାରେ ରଖୁଥିବା ସୁନାକୁ ଚୋରି କରି ନେଇଯାଇଥିଲେ | ଚିନା ବାବୁ ଜଣେ ବ୍ୟବସାୟୀ ହୋଇଥିବା ବେଳେ ସୁନା କିଣି ଘରେ ରଖୁଥିଲେ । ଦୁର୍ବୃତ୍ତ ଉପର ଘରଦେଇ ପ୍ରବେଶ କରି ଚୋରି କରିଥିବା ବେଳେ ଜଣାଶୁଣା ଲୋକେ ଏହି ଚୋରି କରିଥିବା ନେଇ ସନ୍ଦେହ କରୁଥିବା କହିଛନ୍ତି ଚିନାବାବୁ | ଦୁଇ ମାସ ଭିତରେ ବଡ଼ ଧରଣର ଚୋରି ହୋଇଥିବା ବେଳେ ପୋଲିସ କିନ୍ତୁ କେବଳ ତଦନ୍ତ ଚାଲିଛି ବୋଲି କହୁଥିବା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚୋର ଭୟ ଲୋକଙ୍କୁ ଆଲୋଡନା ସୃଷ୍ଟି କରିଛି | ଘଟଣା ଘଟି ଦୁଇ ମାସ ବିତିଯିବା ସତ୍ତ୍ୱେ ପୋଲିସ ଏସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନ ଥିଲେ | ଏଥିନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି | ଚୋରି ନିର୍ବାଚନ ସମୟରେ ହୋଇଥିବା ଯୋଗୁ ସମସ୍ତ ପୋଲିସ ନିର୍ବାଚନ ଡ୍ୟୁଟିରେ ରହିଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ବଡ ଧରଣର ଚୋରି କରିବାରେ ସକ୍ଷମ ହୋଇଥିବା କୁହାଯାଇଛି ।