ଅଡ଼ଗାଁ ଠାରେ ସ୍ଵର୍ଗତ ପଣ୍ତିତ ରାଘବ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

ଅଡ଼ଗାଁ ଠାରେ ସ୍ଵର୍ଗତ ପଣ୍ତିତ ରାଘବ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା:୨୫.୦୫.୨୦୨୫ ରବିବାର ଅଡ଼ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଛି, ସ୍ଵର୍ଗତ ପଣ୍ତିତ ରାଘବ ମିଶ୍ରଙ୍କ ୧୨୯ ତମ ଜନ୍ମ ଜୟନ୍ତୀ । ସ୍ଵର୍ଗତ ପଣ୍ତିତ ଶ୍ରୀ ରାଘବ ମିଶ୍ର ଥିଲେ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସମ ସାମୟିକ କବି, ସେ ଥିଲେ ବରପାଲି ଉଚ୍ଚ ବିଦ୍ୟାଳୟର ଜଣେ ଆଦର୍ଶ ଶିକ୍ଷକ,ଜଣେ ଉଚ୍ଚକୋଟୀର କବି ଓ ସାହିତ୍ୟିକ। ଓଡ଼ିଶାର ଜନମାନସରେ ତାଙ୍କର ଅନନ୍ୟ ସାହିତ୍ୟକୃତି ପ୍ରତିଫଳିତ।ତାଙ୍କ ଜୟନ୍ତୀ ପାଳନ ଅବସରରେ ସଭା ଆୟୋଜନ ପ୍ରାରମ୍ଭରେ ପଣ୍ଡିତଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ସଭାପତି ଶ୍ରୀ ଚୈତନ୍ୟ କର୍ମୀ ତଥା ପଣ୍ଡିତଙ୍କ ଅନ୍ୟାନ୍ୟ ଅନୁଗାମୀଗଣ । ତାଙ୍କ ଜୟନ୍ତୀ ଅବସରରେ ବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଚୈତନ୍ୟ କର୍ମୀ ସଭାପତିତ୍ବ କରି ପଣ୍ଡିତଙ୍କ ଜୀବନୀ ଓ ସାହିତ୍ୟକୃତି ଉପରେ ଆଲୋକପାତ କରିଥିଲେ। ତାଙ୍କ ମତରେ ପଣ୍ତିତଙ୍କ ଅନବଦ୍ୟ ସୃଷ୍ଟି ମଧ୍ୟରେ ରହିଛି କୃଷ୍ଣଭକ୍ତି ରସାମୃତ ,ହର୍ଷେ ବିଷାଦ,ନୀତି ପୁଷ୍ପହାର ଇତ୍ୟାଦି କାବ୍ୟ ପୁସ୍ତକ । ଏହି ଅବସରରେ ଉପସ୍ଥିତ ଥିଲେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିମାନେ ତଥା ପୂର୍ବତନ ଶିକ୍ଷକ ହରେକୃଷ୍ଣ ମହାକୁର ,ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ସରୋଜ ସାହୁ,ଉକିଲ ପାଣ୍ଡେ,ଦେବାଶିଷ ମିଶ୍ର,ସଞ୍ଜୟ ଭୋଇ,ନିର୍ମଳ ସାହୁ,ସାମନ୍ତ ସାହୁ,ସୁବଳ ସାହୁ,ସୁବ୍ରତ ସାହୁ,ଭକ୍ତବନ୍ଧୁ ଧରେଇ,ମନୋରଞ୍ଜନ ସେଠ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ । ପରିଶେଷରେ ଶିକ୍ଷକ ଉପେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ ପୂର୍ବକ ସଭାଟିକୁ ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *