ଦାସକାଠିଆ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସଂଘର ଅଷ୍ଟମ ବାର୍ଷିକୋତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଦାସକାଠିଆ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ବରିଷ୍ଠ କଳାକାର ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ସହ ସମ୍ପାଦକ ବଳଦେବ ସାହୁ, କୋଷାଧ୍ୟକ୍ଷ ଅଭିରାମ ରାଉଳ ପ୍ରମୁଖ ମଂଚାସୀନ ଥିଲେ। ଏହି ଅବସରରେ ଆଗାମୀ ଜୁଲାଇ ୩ ତାରିଖରେ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ବାର୍ଷିକୋତ୍ସବ ଓ ଦାସକାଠିଆ ସମାରୋହ ସହ ଏକ ବର୍ଣାଢ୍ୟ କଳାକାର ଶୋଭାଯାତ୍ରା ନିମନ୍ତେ ସ୍ଥିର କରାଗଲା। ଆଲୋଚନାରେ ସର୍ବଶ୍ରୀ ପ୍ରଫୁଲ୍ଲ ବେହେରା, ହରିଶ୍ଚନ୍ଦ୍ର ବରଡ଼, ମୃତ୍ୟୁଞ୍ଜୟ ତ୍ରିପାଠୀ, ଦେବେନ୍ଦ୍ର ପ୍ରସାଦ ଶର୍ମା, ସୁଦାମ ଚରଣ ପଟ୍ଟନାୟକ, ବାବୁ ନାୟକ, ସୁବାସ ଚନ୍ଦ୍ର ସାହୁ ମାମା, ଟି. ତାରିଣୀ ରାଓ, ଚନ୍ଦ୍ରଭାନୁ ନାୟକ, ସୁରେନ୍ଦ୍ର ପ୍ରଧାନ, ନବକିଶୋର ମହାପାତ୍ର, ଏସ. ପି. ଶେଖରସ୍ୱାମୀ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ସଂଘ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ ପ୍ରାରମ୍ଭରେ ସ୍ବାଗତ ଭାଷଣ ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ!ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.

