ସେମିଳିଗୁଡା ହିନ୍ଦୁ ଏକତା ମଞ୍ଚର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଦାବୀ ପତ୍ର ପ୍ରଦାନ

ସେମିଳିଗୁଡା ହିନ୍ଦୁ ଏକତା ମଞ୍ଚର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଦାବୀ ପତ୍ର ପ୍ରଦାନ

ସେମିଳିଗୁଡା.ତାରିଖ ୨୫:୪:୨୦୨୫:କାଶ୍ମୀରର ପହେଲଗାମଠାରେ ଗତ ୨୨ ତାରିଖ ଦିନ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବର୍ବୋରଚିତ ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ହିନ୍ଦୁ ମୃତ୍ୟୁବରଣ କରିଥିବା ଘଟଣାର ପ୍ରତିବାଦ ଓ ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀକରି ସେମିଳିଗୁଡା ହିନ୍ଦୁ ଏକତା ମଞ୍ଚ ତରଫରୁ ଏକ ବିଶାଳ ବାଇକ ରାଲି ବାହାରିଥିଲା। ଏହି ରାଲି ସେମିଳିଗୁଡାର ନୂତନ ବସଷ୍ଟାଣ୍ଡଠାରୁ ବାହାରିଥିଲା। ଭାରତମାତାକି ଜୟ ଓ ପାକିସ୍ତାନ ମୁର୍ଦ୍ଧାବାଦ, ରୋହିଂଗିଆ,ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ସ୍ଳୋଗାନ ଦେଇ ରାଲି ସେମିଳିଗୁଡା ବ୍ଳକ କାର୍ଯ୍ଯାଳୟରେ ପହଞ୍ଚି ଥିଲା। ସେଠାରେ ଦାବୀପତ୍ରର ଉଦ୍ଦେଶ୍ଯ ଓ ହିନ୍ଦୁଙ୍କ ଉପରେ ଥିବା ଆସନ୍ନ ବିପଦ ଉପରେ ଗାୟତ୍ରୀ ପରିବାରର ସଦସ୍ଯ ବିଚିତ୍ରାନନ୍ଦ ଧଳ, ଯୁବନେତା ଅମିତ ଅଗ୍ରୱାଲ, ସମାଜସେବୀ ତଥା ବିଜେପି ନେତ୍ରୀ ସ୍ନିଗ୍ଧାରାଣୀମିଶ୍ର ବକ୍ତବ୍ଯ ରଖିଥିଲେ। ଏହାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜସ୍ମିନ ପ୍ରଧାନଙ୍କ ଉପସ୍ଥିତିରେ ଦିବଂଗତ ୨୬ଜଣ ପର୍ଯ୍ୟଟକଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଶ୍ରୀଯୁକ୍ତ ପ୍ରଧାନଙ୍କୁ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ଦିଆଯାଇ ଥିଲା। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ରଂଜନ ପାତ୍ର,ପ୍ରଦୀପ କୁମାର ସ୍ବାଇଁ,ମାନସ କୁମାର ରାଉତ, ଅସିତ ପରିଜା ଓ ସମସ୍ତ କାର୍ଯ୍ଯକର୍ତ୍ତା,ଅନ୍ଯାନ୍ଯ ସଂଗଠନର ମୂଖ୍ଯ ଯୋଗ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଧାନ ଆଇନ ପ୍ରାବଧାନ ଭିତରେ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆନ୍ଦୋଳନାତ୍ମକ କାର୍ଯ୍ଯକ୍ରମ କରାଯିବ ବୋଲି କାର୍ଯ୍ୟକର୍ତ୍ତାମାନେ କହିଥିଲେ।

Leave a Reply

Your email address will not be published. Required fields are marked *