ଆବାସ ଯୋଜନାରୁ ବଞ୍ଚିତ ହେମଲତା ଦଳାଇ l
ଆର, ଉଦୟଗିରି(ମନୋଜ କୁମାର ପାଢୀ) – ହେମଲତା ଓ ତାଙ୍କ ପରିବାର ବହୁ ଦରିଦ୍ର୍ୟ ସିମା ରେଖା ଦେଇ ଗତିକରୁଛନ୍ତି l ଏପରିକି ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରନଥିବା ବେଳେ ସକାଳେ ଖାଇଲେ ସଞ୍ଜରେ ଉପବାସ ରହିବାକୁ ପଡୁଛି । ହେମା ଲତା ଅବିବାହିତ ହୋଇଥିବା ବେଳେ ନିଜ ସାନ ଭାଇ ପାଖରେ ଜୀବନ କାଟୁ ଛନ୍ତି । ଏପରିକି ସାନ ଭାଇକୁ ମଧ୍ୟ ଦୀର୍ଘ ବର୍ଷ ହେଲା ଆବାସ ଘର ମିଳିନାହିଁ ।ବର୍ତମାନ “ବାର ଦୁଆର ଶୁଣ୍ଡି ପିଣ୍ଡା ” ହୋଇ ଗତି କରୁଛନ୍ତି ହେମଲତା l ପକ୍କାଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକରେ ତାଙ୍କ ପରିବାର ଲୋକ ଗୁହାରି କଲେ ବି କେହି କର୍ଣ୍ଣପାତ କରୁନାହାନ୍ତି l ଦେଖୁ ଦେଖୁ ଦୀର୍ଘ ନବୀନ ପଟ୍ଟନାୟକ ଙ୍କ 25 ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ଯୋଜନା ପହଞ୍ଚି ପାରିନାହିଁ l ହେମଲତାଙ୍କ ପାଖରେ l କିନ୍ତୁ ବର୍ତମାନ ସରକାର ବଦଳିଛି ହେମଲତା ଓ ତାଙ୍କ ପରିବାରର ଭାଗ୍ୟ କେବେ ବଦଳିବ ତାକୁ ହିଁ ସମସ୍ତଙ୍କର ଅପେକ୍ଷା ।
