ରାଇକିଆରେ ବାବା ସାହେବ ଡ଼କ୍ଟର ଭୀମରାଓ ଆମ୍ବେଦକର ଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳନ

ରାଇକିଆରେ ବାବା ସାହେବ ଡ଼କ୍ଟର ଭୀମରାଓ ଆମ୍ବେଦକର ଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳନ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେଧୁମ ଧାମ ସହିତ ଡ଼କ୍ଟର ଭୀମରାଓ ଆମ୍ବେଦକର ଙ୍କ ୧୩୪ତମ ଜନ୍ମ ଜୟନ୍ତୀ ରାଇକିଆ ଆମ୍ବେଦକର ସ୍ମୁତି କମିଟି ପାଳନ କରାଯାଇଥିଲା l ବିଶ୍ୱବିଖ୍ୟାତ ଜ୍ଞାନର ପ୍ରତୀକ,ବିଶିଷ୍ଟ ରାଷ୍ଟ୍ର ନାୟକ,ଭାରତ ରତ୍ନ, ସମ୍ବିଧାନ ପ୍ରଣେତା ଯିଏ କି ଅବହେଳିତ ଆଦିବାସୀ, ଦଳିତ, ପଛୁଆ ବର୍ଗ, ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ପାଇଁ ମାନବିକ ଅଧିକାର, ସାମାଜିକ ନ୍ୟାୟ, ଅର୍ଥନ୍ୟାୟିତକ ସ୍ୱାଧୀନତା ପାଇବା ପାଇଁ ଏବଂ ଚିର ଲାଞ୍ଚିତ ଶୋଷିତ ଅବହେଳିତ, ନିଷ୍ପେସିତ ସମାଜ ପାଇଁ ସ୍ୱତନ୍ତ୍ର ସମ୍ଭିଧାନ ସରକ୍ଷଣ ବ୍ୟବସ୍ଥା ଓ ଶିକ୍ଷାଗତ ଅଧିକାର, ରାଜନୈତିକ ପାଇଁ ସଂଗ୍ରାମ କରିଥିବା ସେହି ମହାନ ବ୍ୟକ୍ତିଙ୍କର ଅବଦାନକୁ ମନେପକାଇ ଥିବା ଦେଖିବାକୁ ମିଳିଛି l ଆଜି କନ୍ଧମାଳ ଜିଲ୍ଲାର ତିନଟି ବିଧାନସଭା ର ବିଧାୟକ, ବାର ଗୋଟି ପଂଚାୟତ ସମିତି ଅଧକ୍ଷ, ଜିଲ୍ଲାପରିଷଦ ଅଧକ୍ଷ ଓ ୧୭୧ଜଣ ସରପଞ୍ଚ ଉପସ୍ଥିତ ରହି ଡ଼କ୍ଟର ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଗଠିତ ସମ୍ବିଧାନ ପାଇଁ ଆମ୍ଭେ ଆଦିବାସୀ ମାନେ ପଦାଧିକାରୀ ହେବାର ସୁଯୋଗ ପାଇଥିବାରୁ ସେହି ମହାନ ବ୍ୟକ୍ତି ଙ୍କର ଅବଦାନକୁ ଚିର ନମସ୍ୟା ଓ ପୂଜ୍ୟ ଏବଂ ଆଜି ଏହି ମହାନ ପୁରୁଷ ଙ୍କର ଜନ୍ମ ଜୟନ୍ତୀ ପାଳନ କରି ଆମ ପାଇଁ ଗର୍ବ ଗୌରବ ଓ ସମସ୍ତ ବିଷୟର ସମାଧାନ ପାଇଁ ଚରମ ଓ ପରମ ମାର୍ଗ ଅଟେ ବୋଲି ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l

Leave a Reply

Your email address will not be published. Required fields are marked *