ତିନି ବିଦ୍ୟାଳୟରେ ତାଲା ପଡିବା ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ(ପୁଲିସ ଦ୍ଵାରା ଭାଙ୍ଗିଲେ ତାଲା )

ତିନି ବିଦ୍ୟାଳୟରେ ତାଲା ପଡିବା ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ(ପୁଲିସ ଦ୍ଵାରା ଭାଙ୍ଗିଲେ ତାଲା )

ଆର,ଉଦୟଗିରି (ମନୋଜ ପାଢୀ) ୧୩/୪- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବଡ ପଞ୍ଚାୟତର ତିନି ବିଦ୍ୟାଳୟରେ ତାଲା ପଡିବା ଘଟଣାରେ ଷଷ୍ଠ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ଏବଂ ପୁଲିସ ପହଁଚି ଥିଲେ। ଉଭୟ ଶିକ୍ଷା ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ପଞ୍ଚାୟତର ପ୍ରାୟ ଅଶିଏ ଜଣ ହେବ ତିନୋଟି ବିଦ୍ୟାଳୟ ଅଞ୍ଚଳର ଅଭିଭାବକ ଓ ନିର୍ବାଚିତ ପ୍ରତିନିଧି ମାନେ ମିଶି ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରକ୍ଷୀ ମହାନିରୀକ୍ଷକଙ୍କ ଅଫିସକୁ ଯାଇ ଏକ ଦାବିପତ୍ର ପ୍ରଦାନ କରି ଚମ୍ପାପୁର ବିଦ୍ୟାଳୟରେ ଯୁକ୍ତିତର୍କରୁ ଆରମ୍ୱ ହୋଇ ଘଟିଥିବା ଗଣ୍ଡଗୋଳରେ ଶିକ୍ଷକ ଓ ତାଙ୍କ ସମ୍ପର୍କୀୟ ଦୁଇଜଣଙ୍କ ମାଡ଼ରେ ଅଭିଭାବକଙ୍କ ମୁଣ୍ଡ ଫାଟିବାକୁ ନେଇ ଗାରବନ୍ଧ ଥାନାରେ ଏତଲା ଦେବାରୁ ଏତଲା ଗ୍ରହଣ କରୁନ ଥିବା ବେଳେ ଏତଲା ଗ୍ରହଣ କରି ନିରପେକ୍ଷ ତଦନ୍ତ କରିବା ଓ ଶିକ୍ଷକ ମାନେ ନିୟମିତ ସ୍କୁଲକୁ ଆସି ପିଲାଙ୍କୁ ଠିକ ଭାବେ ପାଠ ପଢ଼ାଇବା ଆଦି ଦାବୀ କରି ସରପଞ୍ଚ,ସମିତି ସଭ୍ୟା ଙ୍କ ସହ ଅଂଚଳ ବାସୀ ଉକ୍ତ ଦାବି ପତ୍ର ପ୍ରଦାନ କରିଥିଲେ। ଏପଟେ ସରପଞ୍ଚ, ସମିତି ସଭ୍ୟା ଓ ଗ୍ରାମ ବାସୀ କେହି ଗ୍ରାମରେ ନ ଥିବାରୁ ,ଡିଇଓ ,ଗାରବନ୍ଧା ପୁଲିସ ର ସହାୟତା ରେ ପଞ୍ଚାୟତର ମୁଖିଆ ସରପଞ୍ଚ ଓ ସେମିତି ସଭ୍ୟା ଓ ପଞ୍ଚାୟତର ଭଦ୍ର ଲୋକେ କେହି ନ ଥିବା ବେଳେ କାହା ସହ ଆଲୋଚନା ନ କରି ତାଲା ପଢିଥିବା ବିଦ୍ୟାଳୟ ଗୁଡ଼ିକର ତାଲା ଭାଙ୍ଗି ଥିବା ଶୁଣିବାକୁ ମେଳିଛି। ଯେତେବେଳେ ବିଦ୍ୟାଳୟ ଗୁଡ଼ିକର ସମସ୍ୟା ଗୁଡିକୁ ବାରମ୍ବାର ଅଭିଯୋଗ କରିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କୌଣସି ପଦକ୍ଷେପ ନ ନେବାରୁ କିଛି ସୁଫଳ ମିଳିନଥିଲା । ବାଧ୍ୟ ହୋଇ ସରପଞ୍ଚ ଅଭିଭାବକଙ୍କ ସହ ମିସି ସ୍କୁଲରେ ତାଲା ପକାଇ ଥିଲେ। ଏବେ ସେ ସବୁ ଘଟଣାର ଜିଲ୍ଲା ଶିକ୍ଷା ଅଧିକାରୀ ସମାଧାନ ନ କରି ଘଟଣା କୁ ଚପାଇ ଦେବା ପାଇଁ ପ୍ରୟାସ କରୁଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *