ରେମଣ୍ଡା କଲ୍ଯାଣ ମଣ୍ଡପ ଠାରେ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ନିଶୁଳ୍କ ଏକକ ସେବା କାର୍ଡ଼ ବଣ୍ଟନ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା କଲ୍ଯାଣ ମଣ୍ଡପ ଠାରେ ରାଜ୍ୟ ଓ ପରିବାର ବିଭାଗ ଓଡ଼ିଶା ସରକାର ତରଫରୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ନିଶୁଳ୍କ ଏକକ କାର୍ଡ଼ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ ରେମଣ୍ଡା ପିଏସସି ର ଡାଃ ସୂରଜ କୁମାର ଭୋଇ ।ଏଥିରେ ମୁଖ୍ୟ ଅତିଥି ଭାବେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ସମ୍ମାନିତ ଅତିଥି ଭାବେ ଭେଡେନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ରେମଣ୍ଡା ପେକ୍ସ ର ଶିବପ୍ରସାଦ ଖମାରୀ, ପୂର୍ବତନ ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ, ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ, ସଂକ୍ରିଡା ମଣ୍ଡଳ ର ପ୍ରତିନିଧି ହରମୋହନ ସେଟ, ପରିଦର୍ଶନ ଆସିଥିଲେ ଭେଡେନ ବ୍ଲକ ବିଡିଓ ତ୍ରିପୁର ମହାନଂଦ ଓ ଏବିଡିଓ ପ୍ରିତେଶ ଦୋରା। ଏହି ଅବସରରେ ୨୫ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ନିଶୁଳ୍କ ଏକକ ସେବା କାର୍ଡ଼ ବଣ୍ଟନ କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ପଂଚାୟତ ଏଗଯୁକୁଟିଭ ଅଫିସର ଅକ୍ଷୟ କୁମାର ସାହୁ, ଜିଆରଏସ ଅନନ୍ତ ମେହେର, ପିଙ୍କି ଭୂଏ, ସାଲବେଗ ଭୂଏ ବିପିଏ ଅର୍ଜୁନ ମଲ୍ଲିକ, ଅଂଗନବାଡି ଦିଦି, ଆଶାକର୍ମୀ, ସିଆରପି, ଏମବିକେ, ଏଏନଏମ ପ୍ରମୁଖ ଯୋଗଦେଇଥିଲେ ସହଯୋଗ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଟିଲୁ କୃଷ୍ନ ଗୁରୁ କଳା ପରିଷଦ ରେମଣ୍ଡା ଓ ମା ବିନ୍ଧ୍ୟବାସିନୀ କରମସାନୀ ନରେନ୍ଦ୍ର କଣ୍ଟା ଝରାପାଲି ।ପରିଶେଷରେ ଡାଃ ସୂରଜ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

By admin

Leave a Reply

Your email address will not be published. Required fields are marked *