ତିନି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଲେ ସରପଞ୍ଚ, ଜିଲ୍ଲା ପ୍ରଶାସନ ନ ଆସିବା ପର୍ଯ୍ୟନ୍ତ ତାଲା ଖୋଲାଯିବନି ।
ଆର,ଉଦୟଗିରି- (ମନୋଜ ପାଢୀ )ଆନ୍ଧ୍ର ଓଡିଶା ସୀମାନ୍ତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ଗଙ୍ଗାବାଡ଼ ପଞ୍ଚାୟତର ଶିକ୍ଷା ବ୍ୟବସ୍ଥା ଭୁଷୁଡିବା ରେ ଲାଗିଛି । ପଞ୍ଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷକ ପାଳି କରି ଆସୁଛନ୍ତି । ଏନେଇ ଅଭିଭାବକ ବ୍ଲକ ପ୍ରଶାସନ ଠାରୁ ଆରମ୍ଭକରି ଜିଲା ପ୍ରଶାସନ କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି। ସୋମବାର ମଧ୍ୟ ସମାନ ସ୍ଥିତି ପରିଲିକ୍ଷିତ ହୋଇଥିଲା । ବର୍ତ୍ତମାନ ଛାତ୍ରୀ ଛାତ୍ରଙ୍କ ପ୍ରବେଶିକା ଋତୁ ଚାଲିଛି । ପିଲାମାନେ ଶିକ୍ଷକଙ୍କ ଅନୁପସ୍ଥିତିରୁ ନିରାଶରେ ଫେରିଯାଉଥିବା ଦେଖ୍ ଅସନ୍ତୋଷ ହୋଇ ବିଦ୍ୟାଳୟ ଗୁଡିକରେ ତାଲା ପକାଇ ଦେଇଛନ୍ତି ସରପଞ୍ଚ ହରି ବନ୍ଧୁ କାର୍ଯା । ସିଆରସିସିଙ୍କ ମଧ୍ଯ ଠିକ୍ ଭାବରେ କାର୍ଯ୍ୟ କରନ୍ତି ନାହିଁ ବୋଲି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଏହାର ସ୍ଥାୟୀ ସମାଧାନ କରିବା ଏବଂ ଜିଲ୍ଲା ପ୍ରଶାସନ ନ ଆସିବା ଯାଏ ବିଦ୍ୟାଳୟରେ ତାଲା ଖୋଲା ଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି।ପ୍ରକାଶ ଯେ, ରାୟଗଡ଼ ବ୍ଲକ ଅଧୀନ ଗଙ୍ଗାବାଡ଼ ପଞ୍ଚାଯତର ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟର ପ୍ରତିବାଦରେ ସୋମବାର ସୀମାନ୍ତରେ ଥିବା ୩ଟି ସ୍କୁଲରେ ତାଲା ପକାଇଛନ୍ତି ଗଙ୍ଗାବାଡ ସରପଞ୍ଚ ହରିବନ୍ଧୁ କାର୍ଯା । ପ୍ରତିଦିନ ଶିକ୍ଷକମାନେ ସ୍କୁଲକୁ ପାଳି କରି ଆସୁଛନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗୀୟ କରୁପକ୍ଷ କିମ୍ବା ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି । ବାରମ୍ବାର କହିବା ପରେ ସ୍ଥିତିରେ ସୁଧାର ନ ଆସିବାରୁ ଆଜି ଏଭଳି ନିଷ୍ପତି ନେଇଥିବା ସରପଞ୍ଚ ଶ୍ରୀ କାର୍ଯ୍ୟ କହିବା ସହ ଜିଲାପାଳ ଆସି ଘଟଣାର ତଦନ୍ତ କରିବା ପରେ ବିଦ୍ୟାଲୟରୁ ତାଲା ଖୋଲାଯିବ ବୋଲି କହିଛନ୍ତି । ଆନ୍ଧ୍ର ସୀମାରେ ଥିବା ରାୟଗଡ଼ ବ୍ଲକର ଗଙ୍ଗାବାଡ ପଞ୍ଚାଯତ ଏକ ଅପହଞ୍ଚ ଇଲାକା । ଏହାର ଫାଇଦା ନେଇ ଏହି ପଞ୍ଚାୟତର ଅଧିକାଂଶ ଗାଁ କୁ ନିଜ କବଜାକୁ ନେବାକୁ ଆନ୍ଧ୍ର ସରକାର ସବୁ ବେଳେ ପ୍ରୟାସ କରୁଛନ୍ତି। ର ପିଲା,ଅଭିଭାବକ ଓ ସମିତି ସଭ୍ୟ ୱାର୍ଡ ମେମ୍ବର ଓ ମୁଁ ନିଜେ ଯାଇ ଡି.ଇ.ଓ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବୁ ବୋଲି ସରପଞ୍ଚ ଶ୍ରୀ କାର୍ଯି ପ୍ରକାଶ କରିଛନ୍ତି ।
