ଦଣ୍ଡୁଆ କୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ଚମ୍ପଟ୍।
ଦିଗପହଣ୍ଡି ଥାନା ଅର୍ନ୍ତଗତ ଗଣିଆ ନାଳ ଛକରେ କାଳିଆ ଯେନା ନାମକ ଜଣେ ମାନସିକଧାରୀ ଦଣ୍ଡୁଆକୁ ରାଜ୍ୟ ରାଜପଥ ରାସ୍ତା ଉପରେ ଧକ୍କା ଦେଇ ମୋଟରସାଇକେଲ ଚାଳକ ଚମ୍ପଟ୍ ମାରିଥିବା ଜଣାପଡିଛି। ଉପସ୍ଥିତ ଲୋକଙ୍କ ସହାୟତା ରେ ଆହତ କାଳିଆ କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆହତ କାଳିଆର ଘର ପାଟପୁର ଥାନା ଅର୍ନ୍ତଗତ ଜୟନଗର ଓ ସେ ତୁରୁବୁଡି ନିକଟସ୍ଥ ଏକ ଗ୍ରାମକୁ ନାଟ୍ୟ ପରିବେଷଣ ପାଇଁ ଯାଉଥିଲା ବେଳେ ଏହି ଦୁର୍ଘଟଣାର ସମ୍ମୁଖିନ ହୋଇଛି।
