ଦକ୍ଷିଣପୁର କ୍ଳଷ୍ଟର ସ୍ତରୀୟ ଟି ଏଲ ଏମ୍ କର୍ମଶାଳା ପାଳିତକୁକୁଡ଼ାଖଣ୍ଡି ବ୍ଲକ

ଦକ୍ଷିଣପୁର କ୍ଳଷ୍ଟର ସ୍ତରୀୟ ଟି ଏଲ ଏମ୍ କର୍ମଶାଳା ପାଳିତ
କୁକୁଡ଼ାଖଣ୍ଡି ବ୍ଲକ,

ଦକ୍ଷିଣପୁର କ୍ଲଷ୍ଟର ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଟି ଏଲ୍ ଏମ୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ କର୍ମଶାଳାର ଅନ୍ତିମ ଦିବସରେ ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ କାହ୍ନୁଚରଣ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷଣାର୍ଥୀ ଙ୍କୁ ମୌଳିକ ସଂଖ୍ୟା ଞାନ ଓ ଭାଷା ସାକ୍ଷରତା ଜ୍ଞାନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ବେଳେ ଏହି ଟି ଏଲ୍ ଏମ୍ ଗୁଡିକ କିପରି ସହାୟକ ହୁଏ ତାହା ବୁଝାଇ ଥିଲେ । ସମ୍ମାନୀୟ ଅତୀଥି ଭାବରେ ଶିକ୍ଷକ ଗଙ୍ଗାଧର ଗୌଡ଼, ବିଜୟ କୁମାର ପାତ୍ର ଓ ଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ନାୟକ ଯୋଗ ଦେଇଥିଲେ । କ୍ଲଷ୍ଟର ସି.ଆର.ସି. ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ । ଦକ୍ଷିଣ ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଏ. ପୁଷ୍ପଲତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ମନୀଷା ବଡମୁଣ୍ଡି ,ଦୀପ୍ତିରାଣୀ ପାଢ଼ୀ, ରୁବିତା କୁମାରୀ ଦେବୀ ଓ ରଶ୍ମିତା କୁମାରୀ ପ୍ରଧାନ ସହଯୋଗ କରିଥିଲେ. କ୍ରିଷ୍ଣା ପାତ୍ର ଓ ଶିବ ମଲ୍ଲିକ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *