ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଆରମ୍ଭ।
ଗଜପତି,ତା ୨୪/୧୧,(ମନୋଜ କୁମାର ପାଢୀଙ୍କ)-: ଗଜପତି ଜିଲ୍ଲା ରା.ଉଦୟଗିରି ଶିବ ମନ୍ଦିର ନାଳ ଆରପଟେ ଥିବା ଗୋଟେ ବୁଦାରୁ ଜଣେ ବ୍ୟବସାୟଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ l ମୃତକ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଙ୍କୋରଡା ଗାଁର ବଦ୍ରୀନାଥ ନାୟକ l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ସୋମବାର ଅପରାହ୍ନ ସମୟରେ ନାଳ ନିକଟସ୍ଥ ବୁଦାରେ ଜଣେ ବ୍ୟକ୍ତି ସନ୍ଦେହ ଜନକ ଭାବେ ପଡ଼ିଥିବା ଖବର ପାଇଥିଲେ l
ରା.ଉଦୟଗିରି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରୁ ବ୍ୟବସାୟୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ l ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତକଙ୍କ ପକେଟରୁ ମିଳିଥିବା ପରିଚୟ ପତ୍ର ଆଧାରରେ ତାଙ୍କ ନାମ ଗଞ୍ଜାମ କଙ୍କୋରଡା ଗାଁର ବଦ୍ରିନାଥ ବୋଲି ଜଣା ପଡିଛି l
ସେ ବିଭିନ୍ନ ବ୍ୟବସାୟ କରିବା ସହ ସାପ୍ତାହିକ ହାଟକୁ ଆସିଥାନ୍ତି l ତେବେ ଆଜି କେଉଁ ପରିସ୍ଥିତିରେ ସେ ନାଳ ସେପଟେ ଗଲେ ଓ କିଭଳି ତାଙ୍କର ମୃତ୍ୟୁ ଘଟିଛି ତାହାର ତଦନ୍ତ ଚାଲିଛି l
ମୃତକଙ୍କ ପରିବାର କୁ ଖବର ଦିଆଯାଇଛି ଓ ପରିବାର ପହଞ୍ଚିଲେ ତଦନ୍ତ ସୁବିଧା ହେବ ବୋଲି ବୋଲି ଥାନା ପୁଲିସ ତରଫରୁ ସୂଚନା ମିଳିଛି ।
