ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା ଘଟଣାରେ ପୁଅ ଓ ବୋହୂ ଥାନା ରେ ଅଟକ ‍

ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା ଘଟଣାରେ ପୁଅ ଓ ବୋହୂ ଥାନା ରେ ଅଟକ ‍

ବୃଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା ଘଟଣାରେ ପୁଅ ଓ ବୋହୂ ଥାନା ରେ ଅଟକ ‍

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଉକ୍ତ ଗ୍ରାମର କୁମଦିନି ବିଶ୍ବାଳ ନାମ୍ନୀ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ଓ ପୁଅ ମେଘନାଦ ବିଶ୍ଵାଳ ଓ ବୋହୁ ବବିତା ବିଶ୍ବାଳ ତାଙ୍କ ମାଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି ବୋଲି କୁମୁଦିନୀ ଙ୍କ ଝିଅ ବନିତା ସାହୁ ଥାନା ରେ ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଞ୍ଚଳ ବାସୀଙ୍କ ଠାରୁ ପ୍ରକାଶ ଯେ ମୃତ ବୃଦ୍ଧା ଙ୍କ ସହ ପୁଅ ଓ ବୋହୁ ଙ୍କର ସମ୍ପର୍କ ଭଲ ନଥିଲା। ଯଦ୍ବାରାକି କୁମୁଦିନୀ ପୃଥକ୍ ଭାବେ ରୋଷେଇ କରି ଖାଉଥିଲେ ଓ ଘଟଣା ଦିନ ଗଣ୍ଡଗୋଳ ଘଟିବା ପରେ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ଠାରୁ ପ୍ରକାଶ ପାଇଛି।