ମୋହନା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କଲେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ , ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା ।

ଗଜପତି, ୨୧.୧୧/ ମନୋଜ କୁମାର ପାଢୀଙ୍କ ରିପୋର୍ଟ: ଗଜପତି ଜିଲ୍ଲାର ମୋହନା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ବାତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏହି ପ୍ରତିନିଧି ଦଳ ମୋହନା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ।ଏହି ଗସ୍ତ ଅବସରରେ ଖଜୁରୀପଦା , ମହେନ୍ଦ୍ରଗଡ଼ , ଆର. ଉଦୟଗିରି ସମେତ ଅନ୍ୟାନ୍ୟ ପଞ୍ଚାୟତକୁ ଯାଇ ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ , ଚାଷଜମି ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ବିଶେଷକରି ବାତ୍ୟା ଅର୍ଣ୍ଣବ ଓ ଅକ୍ୱାନର ପ୍ରଭାବରେ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବଂ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଓ କୃଷି କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାକୁ ନେଇ ସେମାନେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ବାତ୍ୟା ଯୋଗୁଁ ଚାଷୀମାନେ ସମ୍ମୁଖୀନ ହୋଇଥିବା କ୍ଷତି ଓ ଆର୍ଥିକ ସମସ୍ୟା ସମ୍ପର୍କରେ ମଧ୍ୟ ପ୍ରତିନିଧି ଦଳ ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ।

ପ୍ରଭାବିତ ଅଞ୍ଚଳର ଲୋକମାନେ ନିଜ ନିଜ ସମସ୍ୟା ଓ ଦାବି ଉପସ୍ଥାପନ କରିଥିଲେ। ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ ଚାଷୀ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ କିପରି ଆବଶ୍ୟକ ସହାୟତା ମିଳିପାରିବ, ସେନେଇ ଆଲୋଚନା ହୋଇଥିଲା।ଏହି ଗସ୍ତରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ , ବିଜେଡି ନେତା ଜେମସ୍ ରାଇକା , ଜିଲ୍ଲା ପରିଷଦ ସଦସ୍ୟ ଏସ୍. ବାଲାରାଜୁ , ସ୍ଥାନୀୟ ସରପଞ୍ଚ , ସମିତି ସଦସ୍ୟ ଏବଂ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।ମୋହନା ଅଞ୍ଚଳର ବାତ୍ୟା କ୍ଷୟକ୍ଷତିର ପ୍ରକୃତ ଚିତ୍ର ସାମ୍ନାକୁ ଆଣିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟାକୁ ଉପଯୁକ୍ତ ମଞ୍ଚରେ ଉଠାଇବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବିଶେଷକରି ଚାଷୀଙ୍କ କ୍ଷୟକ୍ଷତିର ଆକଳନ ଓ ଉଚିତ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ଏହି ଗସ୍ତରେ ଗୁରୁତ୍ୱ ପାଇଥିଲା।