ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ।
ବରଗଡ ୧୮,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଖୁଣ୍ଟୁଲିପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଦୁଇଦିନ ଧରି ବିଦ୍ୟାଳୟ ସ୍ତରୀୟ ବିଂଶତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ା ସମାରୋହକୁ ମୁଖ୍ୟ ଅତିଥି ଭାବରେ ପରିଚାଳନା ସମିତିର ପୂର୍ବତନ ସଭାପତି ସଞ୍ଜୀବ କୁମାର ଦାଶଙ୍କ ଦ୍ବାରା ଶୁଭ ଉଦଘାଟିତ ହୋଇଥିଲା।ଉଦବୋଧନ ଉତ୍ସବରେ ବିଦ୍ୟାଳୟର ସଭାପତି ସୁରେନ୍ଦ୍ର କୁମାର ଦାଶ,ଉପସଭାପତି ପ୍ରକାଶ ଚନ୍ଦ୍ର ପୁରୋହିତ, ଯୁଗ୍ମ ସଂପାଦକ ଦାମୋଦର ବେହେରା, କୋଷାଧ୍ୟକ୍ଷ ଗଜାନନ ବନଛୋର ଉପସ୍ଥିତ ଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ୍ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୨୫୦ ଜଣ ପ୍ରତିଭାଗୀ ଭାଗ ନେଇଥିଲେ। ସେଥି ମଧ୍ୟରୁ ୧୮୫ ଜଣ ପ୍ରତିଭାଗୀ ପୁରସ୍କୃତ ହୋଇଥିଲେ। ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଦେଶଭଟଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅବିନାଶ ଦାଶ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।ବିଦ୍ୟାଳୟର ବରିଷ୍ଠା ଗୁରୁମା ସାନ୍ତ୍ବନା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା ସୁଚାରୁ ରୂପେ ସଂପାଦନ କରିଥିଲେ।
