ଟିକାବାଲିରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହେଲା ବିଭିନ୍ନ ପ୍ରକଳ୍ପ

ଟିକାବାଲିରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହେଲା ବିଭିନ୍ନ ପ୍ରକଳ୍ପ

ଟିକାବାଲିରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ ହେଲା ବିଭିନ୍ନ ପ୍ରକଳ୍ପ

କନ୍ଧମାଳ, ୧୮/୧୧/୨୦୨୬: (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକରେ ଶିକ୍ଷାବର୍ଷ ୨୦୨୬-୨୭ ଅବସରରେ ବ୍ଲକସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ସଲପଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିନୋଦ ବିହାରୀ ଦିଗାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ।

ଏହି ଅବସରରେ ଗୋଷ୍ଠୀ ସମ୍ବଳ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଗଣେଶ୍ୱର କହଁର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ସାମଲ, ବିଦ୍ୟାଳୟର ପୁରାତନ ଶିକ୍ଷାର୍ଥୀ ସଂଘର ସଭାପତି ଶ୍ରୀ ପବିତ୍ର କୁମାର ପାତ୍ର, ଟିକାବାଲି ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ଉଗ୍ରେସେନ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଶ୍ରୀ ମନୋଜ କୁମାର ଦିଗାଳ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଧାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ବିଜ୍ଞାନ ପ୍ରଦର୍ଶନୀରେ ଜୁରୀ ସଦସ୍ୟ ଭାବେ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁମିତ କୁମାର ତ୍ରିପାଠୀ ଓ ଶ୍ରୀଯୁକ୍ତ ରଞ୍ଜନ କୁମାର ଚୌଧୁରୀ ଯୋଗଦେଇ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପଗୁଡ଼ିକୁ ନିରୀକ୍ଷଣ ଓ ମୂଲ୍ୟାୟନ କରିଥିଲେ। ସେମାନଙ୍କ ମୂଲ୍ୟାୟନ ଆଧାରରେ କେତେକ ଉତ୍କୃଷ୍ଟ ପ୍ରକଳ୍ପକୁ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ପାଇଁ ମନୋନୀତ କରାଯାଇଥିଲା।କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଶ୍ରୀ ସୁଧୀର କୁମାର ସାହୁ ଅତ୍ୟନ୍ତ ସୁନ୍ଦର ଓ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଟିକାବାଲି ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ, ସୃଜନଶୀଳତା, ନୂତନ ଚିନ୍ତାଧାରା ଓ ଉଦ୍ଭାବନମୂଳକ ମନୋଭାବର ବିକାଶ କରିବା। ବିଜ୍ଞାନଭିତ୍ତିକ ମଡେଲ୍ ଓ ପ୍ରକଳ୍ପ ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ବୈଜ୍ଞାନିକ ଜ୍ଞାନ, ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବା ସହିତ ଅନୁସନ୍ଧାନମୂଳକ ଚିନ୍ତନ ଓ ତାର୍କିକ ଦକ୍ଷତା ବିକାଶର ସୁଯୋଗ ପାଇଥିଲେ।

ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ବ୍ଲକର ସମସ୍ତ ସି.ଆର୍.ସି.ସି., ଟିକାବାଲି ପ୍ରାଥମିକ ଶିକ୍ଷକ ସଂଘ ଏବଂ ଉପସ୍ଥିତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହଯୋଗକୁ ମଞ୍ଚାସୀନ ଅତିଥିମାନେ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ବିଜ୍ଞାନ ଶିକ୍ଷାର ପ୍ରସାର, ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଏବଂ ଭବିଷ୍ୟତର ବୈଜ୍ଞାନିକ ସୃଷ୍ଟି କରିବା ଦିଗରେ ଏହି ପ୍ରଦର୍ଶନୀ ଟିକାବାଲି ବ୍ଲକ ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇପାରିଛି।