ଭେଡେନ ଠାରେ ବରଗଡ ଜିଲ୍ଲା ସ୍ତରୀୟ କବାଡ଼ି ଚାମ୍ପିଅନସିପ ଅନୁଷ୍ଠିତ ହୋଇଯାଇଛି।

ଭେଡେନ ଠାରେ ବରଗଡ ଜିଲ୍ଲା ସ୍ତରୀୟ କବାଡ଼ି ଚାମ୍ପିଅନସିପ ଅନୁଷ୍ଠିତ ହୋଇଯାଇଛି।

ଭେଡେନ ଠାରେ ବରଗଡ ଜିଲ୍ଲା ସ୍ତରୀୟ କବାଡ଼ି ଚାମ୍ପିଅନସିପ ଅନୁଷ୍ଠିତ ହୋଇଯାଇଛି।

ବରଗଡ ୧୭,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡେନ ବ୍ଲକ ସୂର୍ଯ୍ୟମଣି ଜନତା ଉଚ୍ଚ ବିଦ୍ୟାଳୟ,ଭେଡେନ ଠାରେ ବରଗଡ ଜିଲ୍ଲା ସ୍ତରୀୟ କବାଡି ଚୟନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି।ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସରୋଜ ଭୁଏ ଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଧୀନ ରଥ ,ବିଧାୟକ ପ୍ରତିନିଧି ଅତାବିରା ନିର୍ବାଚନ ମଣ୍ଡଳୀ ତଥା ଭେଡେନ ନାଗରିକ କମିଟିର ସଭାପତି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ତଥା ଆନୁଷ୍ଠାନିକ ଭାବେ ଜିଲ୍ଲା ସ୍ତରୀୟ କବାଡି ଚୟନ ପ୍ରତିଯୋଗିତାକୁ ମାନନୀୟ ଜିଲ୍ଲା ଶିକ୍ଷା ଅଧିକାରୀ ଉଦଘାଟନ କରିଥିଲେ। ଉକ୍ତ ଉତ୍ସବରେ ଭେଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମଛିନ୍ଦ୍ର ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଉକ୍ତ ଭବ୍ୟ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ କାର୍ଯକ୍ରମର ସଂଯୋୟକ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିବାପୂର୍ବକ ସୁଭାଶିଷ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଭେଡ଼େନ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁପ୍ରଭା ମହାଲିଙ୍ଗ, ତଥା ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପଦ୍ମିନୀ ଗଡତିଆ, ପିଙ୍କି ବଢ଼େଇ,ସତ୍ୟଜିତ୍ ପୁରୋହିତ, ଭେଡ଼େନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୀତାରାମ ଭୋଇ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ବଢ଼େଇ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଶୁଭାଶିଷ ପ୍ରଦାନ କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସରୋଜ ଭୁଏ ଙ୍କ ଦ୍ୱାରା କ୍ରୀଡ଼ା ପତାକା ଆରୋହଣ ହେବା ସହିତ ପ୍ରଥମ ପର୍ଯ୍ୟାୟରେ ବିଜେପୁର ଓ ଗାଇସିଲେଟ ଦଳ ଦ୍ୱାରା ଶୁଭାରମ୍ଭ ହୋଇଥିଲା । ଉକ୍ତ ଉତ୍ସବରେ ପଞ୍ଚାୟତ ଉଚ୍ଚ ବାଳିକା ବିଦ୍ୟାଳୟ ଭେଡ଼େନ ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରିବେଷିତ ହେବା ସହ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭେଡ଼େନ ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷିତ ହୋଇ ପ୍ରଥମ ଦିନର କାର୍ଯକ୍ରମ ଉଦଘାଟିତ ହୋଇଯାଇଅଛି । ଭେଡେନ ବ୍ଲକ ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ,ସିଆରସିସି ,କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

ଗୋବିନ୍ଦ ସେଠ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ।