ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଓ ଶିଶୁ ଦିବସ ପାଳିତ । ଗଜପତି:୧୪.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-: ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ ଏବଂ ଶିଶୁ ଦିବସ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ଶ୍ରଦ୍ଧା ଓ ଉତ୍ସାହର ସହ ପାଳନ କରାଯାଇଛି।ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅବଦାନ ଓ ମହାନ ବ୍ୟକ୍ତିତ୍ୱକୁ ସ୍ମରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଅଭିମନ୍ୟୁ ପଣ୍ଡା, ସଞ୍ଜୟ ଅଧିକାରୀ, ଓବିସି ସେଲ୍ ସଭାପତି ଏସ୍. ଜନାର୍ଦ୍ଦନ ରାଓ, ଟାଉନ୍ କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ଗୋଷାଣୀ ବ୍ଲକ୍ କଂଗ୍ରେସ ସଭାପତି ଏ. ଶ୍ରୀନିବାସ ରାଓ, ଗଜପତି ଜିଲ୍ଲା କଂଗ୍ରେସ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜସ୍ମିନ ସେଖ, ରାଜ୍ୟ ସୋସିଆଲ ମିଡିଆ କୋଅର୍ଡିନେଟର ସନ୍ତୋଷ ପଣ୍ଡା, ଯୁବନେତା ପାର୍ଥରାଜ ପାଳ ଏବଂ ମହିଳା ନେତ୍ରୀ ରଞ୍ଜିତା ପାଣିଗ୍ରାହୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀମାନେ ପଣ୍ଡିତ ନେହେରୁଙ୍କ ଆଦର୍ଶ, ଦେଶ ଗଠନରେ ତାଙ୍କର ଅବଦାନ ଏବଂ ଶିଶୁମାନଙ୍କ ପ୍ରତି ତାଙ୍କର ସ୍ନେହ ଓ ଭଲପାଇବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏଥିସହିତ ମିଠା ବଣ୍ଟନ କରି ଶିଶୁ ଦିବସ ପାଳନ କରାଯିବା ସହ ସମସ୍ତଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣାଯାଇଥିଲା।ସୂଚନାଦାତା: ଜସ୍ମିନ ସେଖରାଜ୍ୟ ସମ୍ପାଦିକା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି।
