ଗୁନ୍ଦାଣି ରିଲିପି କେନ୍ଦ୍ର ବାସୀଙ୍କୁ ସହାୟତା ର ହାତ ବଢ଼େଇଲେ ନାରୀସୁରକ୍ଷା ମହିଳା ମହାସଂଘ,
କନ୍ଧମାଳ….କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜ଼ିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁନ୍ଧାଣି ସ୍ଥିତ ରିଲିପି କେନ୍ଦ୍ରରେ ଥିବା ଅସହାୟ ପରିବାର କୁ ନାରୀ ସୁରକ୍ଷା ମହିଳା ମହାସଂଘ, ସ୍ୱୟଂ ସହାୟିକା ଦଳ କୁଟିଗୁଡା ଓ କଳାକାର ମହାସଂଘ ର କର୍ମୀ ବୃନ୍ଦ ସାକ୍ଷାତ କରି କିଛି ସହାୟତା ପ୍ରଦାନ କରିଥିବା ଦେଖିବାକୁ ମିଳିଛିl ଏହାପରି ପ୍ରେକ୍ଷୀରେ କୃହୂବାଡ଼ା,କାଡ଼ାଡି ବାଲି ର ଗ୍ରାମବାସୀଙ୍କୁ ରାଇକିଆ ବ୍ଲକ ଞ୍ଚଳରେ ଏକ ଉତ୍ତମ ଜାଗାରେ ଜମି, ଘର ଯୋଗାଇଦେବାକୁ ମହାସଙ୍ଘ ମାଧ୍ୟମରେ ସରକାରକୁ ଅନୁରୋଧ କରାଯିବା କୁ କହିଥିଲେ l
ଅର୍ଣ୍ଣବ ବାତ୍ୟା ବିତିଯିବାର ଆଜକୁ ୨୦ ଦିନ ବିତିଗଲାଣି ତଥାପି ମଧ୍ୟ ସରକାର ଏ ଅସହାୟ ପରିବାରକୁ ତଇଥାନ କରିବା ପାଇଁ ପଦକ୍ଷେପ ନେଇ ନ ଥିବା ଜଣାପଡ଼ିଛି ଯୋ ଦ୍ୱରା ଅତି ଦୟନୀୟ ଅବସ୍ଥାରେ ବାତ୍ୟା ଛଢ଼େଇଥିବା ଅସହାୟ ପରିବାର ଜୀବନ ଅତିବାହିତ କରୁଛନ୍ତି ଏଣୁ ରିଲିପି ବାସୀଙ୍କ କହିବା ଅନୁସାରେ ତୁରନ୍ତ ଉକ୍ତ ପରିବାରକୁ ଜମି, ଓ ଘର ପ୍ରଦାନ କରିବା ବ୍ୟବସ୍ତା କଲେ ସେମାନେ ନିଜ ପଦ୍ଧତିରେ ଜୀବନ ଯାପନ କରିବେ ବୋଲି ମତ ପ୍ରକାଶ କରିଛନ୍ତି l
ଆଜିର ସହାୟତା କାର୍ଯ୍ୟକ୍ରମ ରେ ସାମାଜିକ କର୍ମୀ କୃଷ୍ଣା ଚନ୍ଦ୍ର ଡିଗାଲ ସାମିସ୍ତ୍ରୀ ଡିଗାଲ,ସୁରୁଚି ବିନ୍ଧାଣିଙ୍କ ସମେତ ଅନ୍ୟାନ ଅନେକ ମହିଳା ସାମିଲୀ ଥିଲେ l
