ଗଜପତିରେ ବାତ୍ୟାର ପ୍ରକୋପ ଓ ବର୍ଷା କମିଲା ହେଲେ ପ୍ରଳୟଙ୍କର ଦୁର୍ଦଶା ବଢିଲା…. ବହୁ ଗ୍ରାମ ଜଳମଗ୍ନ, ହଜାର ହଜାର ଚାଷ ଜମି ଜଳମଗ୍ନ

ଗଜପତିରେ ବାତ୍ୟାର ପ୍ରକୋପ ଓ ବର୍ଷା କମିଲା ହେଲେ ପ୍ରଳୟଙ୍କର ଦୁର୍ଦଶା ବଢିଲା…. ବହୁ ଗ୍ରାମ ଜଳମଗ୍ନ, ହଜାର ହଜାର ଚାଷ ଜମି ଜଳମଗ୍ନ

ଗଜପତିରେ ବାତ୍ୟାର ପ୍ରକୋପ ଓ ବର୍ଷା କମିଲା ହେଲେ ପ୍ରଳୟଙ୍କର ଦୁର୍ଦଶା ବଢିଲା…. ବହୁ ଗ୍ରାମ ଜଳମଗ୍ନ, ହଜାର ହଜାର ଚାଷ ଜମି ଜଳମଗ୍ନ

ଗଜପତି, 30/10(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ବାତ୍ୟା ଅର୍ଣ୍ଣବର ପ୍ରକୋପ ଓ ବର୍ଷା କମିଲା । ହେଲେ ଏହି ବାତ୍ୟା ଗଜପତି ଜିଲ୍ଲାର ପ୍ରଳୟଙ୍କର କ୍ଷତିର କାରଣ ସାଜିଲା । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ବହୁ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି । ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ଧାନ ଫସଲ ସହ ସମସ୍ତ ଫସଲ ଉଜୁଡି ଯାଇଛି । ଖବର ଲେଖିବା ସୁଦ୍ଧା ଗଜପତି ଜିଲ୍ଲାରେ ସାଧାରଣଙ୍କ ଜୀବନ ଯାତ୍ରା ଓ ପରିବହନ ବ୍ୟବସ୍ଥା ସମ୍ପୂର୍ଣ ଭାବେ ଠପ ହୋଇଯାଇଛି । ଏସବୁର ପ୍ରତିକାର ପାଇଁ ଗଜପତି ଜିଲ୍ଲାରେ ଆଜିକୁ 4 ଦିନ ଧରି ଡେରା ପକାଇ ଥିବା ମୁଖ୍ୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାର ନୋଡାଲ ଅଧିକାରୀ ବିଜୟ କୁମାର ଦାସଙ୍କ ପ୍ରତେକ୍ଷ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଲାଗି ରହିଛି ।ତଥାପି ଅଧିକାଶ ଅଞ୍ଚଳରେ ବଡ଼ ଧରଣର କ୍ଷୟକ୍ଷତି ଘଟି ଥିବାରୁ ସେସବୁର ପୁନଃରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି. ତେଣୁ ଅନେକ ଅଞ୍ଚଳରେ ପାହାଡ଼ ଧସି ରାସ୍ତା ଉପରେ ପଡୁଥିବା ପଥର ଓ ପାହାଡ଼ ଅତଡ଼ା ହଟା ଯାଇଛି. ହେଲେ ମରାମତି ଓ ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ଯୋଗାଯୋଗ ଓ ଯାତାୟାତ ସମ୍ଭବପର ହୋଇପାରିନାହିଁ ।

ଖବର ଲେଖୁବା ସୁଦ୍ଧା କଇଁପୁର ଠାରୁ ଗଙ୍ଗାବାଡ଼ ରାସ୍ତା ଏବଂ ଲେଢାବନ୍ଧ ସେତୁ ଓ ଏହାର ଧୋଇ ଯାଇଥିବା ରାସ୍ତା ନିର୍ମାଣ କାର୍ଯ୍ୟ ସରିନାହିଁ । ତେଣୁ ଏପରି ଭାବେ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଯୋଗାଯୋଗ ଓ ପରିବହନର ସୁବିଧାରେ ସୁଧାର ଆସିପାରିନାହିଁ । ଅପରପକ୍ଷରେ ଗଜପତି ଜିଲ୍ଲାର ମୋଟ 281 ଗୋଟି ବାତ୍ୟା ଆଶ୍ରୟ ସ୍ଥଳୀରେ 20 ହଜାରରୁ ଉର୍ଦ୍ଧ ଲୋକଙ୍କୁ ରଖାଯାଇ ଆଶ୍ରୟ ଦିଆ ଯାଇଥିଲା । ଆଜି ମଧ୍ୟ ସେହି ଆଶ୍ରୟ ସ୍ଥଳୀ ଗୁଡିକରେ 18 ହଜାରରୁ ଉର୍ଦ୍ଧ ଲୋକ ସେଭଳି ଭାବେ ଆଶ୍ରୟ ନେଇ ରହିଛନ୍ତି । ଏମାନଙ୍କୁ ଖାଦ୍ୟପେୟ, ଔଷଧ ପତ୍ର ଓ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।