ଅର୍ଣ୍ଣବ ବାତ୍ୟାର ପ୍ରଭାବ, ଗଜପତି ଜିଲ୍ଲାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା ।

ଅର୍ଣ୍ଣବ ବାତ୍ୟାର ପ୍ରଭାବ, ଗଜପତି ଜିଲ୍ଲାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା ।

*ଅର୍ଣ୍ଣବ ବାତ୍ୟାର ପ୍ରଭାବ, ଗଜପତି ଜିଲ୍ଲାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟର ଛୁଟି ଅବଧିକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅକ୍ଟୋବର ୨୯ ତାରିଖରେ ଜାରି ହୋଇଥିବା ଅଫିସ୍ ଆଦେଶ ଅନୁଯାୟୀ, ପ୍ରାକ୍-ପ୍ରାଥମିକଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଏହି ନିର୍ଦ୍ଦେଶର ଅନ୍ତର୍ଭୁକ୍ତ। ପୂର୍ବରୁ ଅକ୍ଟୋବର ୨୪ ତାରିଖରେ ଜାରି ହୋଇଥିବା ଆଦେଶରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ ବାତ୍ୟାର ପ୍ରଭାବ ଜାରି ରହିଥିବାରୁ ଛୁଟି ଅବଧିକୁ ଆଉ ଦୁଇ ଦିନ ବଢ଼ାଯାଇଛି।ବିଦ୍ୟାଳୟ ବନ୍ଦ ରହିବା ସମୟରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକମାନଙ୍କୁ କର୍ମସ୍ଥଳୀରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ବିଦ୍ୟାଳୟଗୁଡ଼ିକର ସୁଚାରୁ ପରିଚାଳନା ସହ ଆଗାମୀ କାର୍ଯ୍ୟଦିବସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ନିରାପତ୍ତା ଓ ସୁସ୍ଥତାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ କୁହାଯାଇଛି।ଜିଲ୍ଲାରେ ବାତ୍ୟା ଓ ବର୍ଷାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି।