ବାତ୍ୟା ଅର୍ଣ୍ଣବକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଜ଼ିଲ୍ଲା ପ୍ରଶାସନ ଙ୍କ ସହିତ ସମୀକ୍ଷା

ବାତ୍ୟା ଅର୍ଣ୍ଣବକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଜ଼ିଲ୍ଲା ପ୍ରଶାସନ ଙ୍କ ସହିତ ସମୀକ୍ଷା

ବାତ୍ୟା ଅର୍ଣ୍ଣବକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ଜ଼ିଲ୍ଲା ପ୍ରଶାସନ ଙ୍କ ସହିତ ସମୀକ୍ଷା

ରାୟଗଡ( Info Media) ଅର୍ଣ୍ଣବକୁ ନେଇ ରାୟଗଡ ଜିଲ୍ଲାରେ ବଢ଼ିଛି ପ୍ରଶାସନିକ ତତ୍ପରତା। ବାତ୍ୟା ମୁକାବିଲା ଓ ଜିରୋ କାଜୁଆଲିଟିକୁ ପ୍ରାଧାନ୍ୟ ଦେଇ ରାୟଗଡ ଜିଲ୍ଲାର ଦାୟିତ୍ୱ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଗତ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଏହି ଦାୟିତ୍ୱ ଦେଇଥିବା ବେଳେ ଆଜି ମଧ୍ୟାହ୍ନରେ ସେ ରାୟଗଡରେ ପହଞ୍ଚିଛନ୍ତି।ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ରାୟଗଡରେ ରହି ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ନଜର ରଖିବେ ଉପମୁଖ୍ୟମନ୍ତ୍ରୀ। ଆଜି ଅପରାହ୍ନ ୩ଟାରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରିବେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।ସେପଟେ ଆଜି ଅଧିକ ବର୍ଷା ହେବାର ଆକଳନ ରହିଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ବର୍ଷାର ପରିମାଣ କମ୍ ରହିଛି। ଏଥିପାଇଁ ଜିଲ୍ଲାବାସୀ କିଛିଟା ଆଶ୍ୱସ୍ତ ହୋଇଥିଲେ ମଧ୍ୟ ବାତ୍ୟାର ପ୍ରକୃତ ପ୍ରଭାବକୁ ନେଇ ସତର୍କ ରହିବା ଜରୁରୀ। ଲୋକଙ୍କ ଧନଜୀବନ ସୁରକ୍ଷାରେ କୌଣସି ଅବହେଳା ହେବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି।ରାୟଗଡ ସର୍କିଟ ହାଉସରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ୍‌ପି ରାଜ ପ୍ରସାଦ, ଜିଲ୍ଲା ପରିଷଦ ମୁଖ୍ୟ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ