ଜିଗିନାଗାଁ ଗ୍ରାମରେ ଧୁମ ଧାମ ରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି

ଜିଗିନାଗାଁ ଗ୍ରାମରେ ଧୁମ ଧାମ ରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି

ଜିଗିନାଗାଁ ଗ୍ରାମରେ ଧୁମ ଧାମ ରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି

କନ୍ଧମାଳ :୨୬/୨୬(ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲାଟିକାବାଲି ବ୍ଳକ କଇଁଝର ପଞ୍ଚାୟତ ଜିଗିନାଗାଁ ଠାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କଳାକାର ମାନଙ୍କୁ ନେଇ ମା ଲଷ୍ମୀନୃସିହ ମହିଳା ସିଂଘ ନାଚ ଦ୍ଵାରା ଆୟୋଜନ କରିଥିବା ବେଳେ ଅନୁଷ୍ଠାନ ର ସଭାପତି ସୁକାନ୍ତି ନାୟକ କଙ୍କ ଅଧ୍ୟକ୍ଷତା ରେ ନୂଆଖାଇ ପର୍ବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଏସଡିସି ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ,ବକ୍ତା ଭାବେ କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଙ୍ଘ ସଭାପତି ଅକ୍ଷୟ କର୍ଣ୍ଣ,ସନମାନିତ ଅତିଥି ସ୍ଥାନୀୟ ସରପଞ୍ଚ ରୁନିତା କହଁର, ନାଏବ ସରପଞ୍ଚ ବିରୁପାକ୍ଷ ନାୟକ,ସାମ୍ବାଦିକ ବାଳକୃଷ୍ଣ କହଁର,ଏସି ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ କୁମାର ଦିଗାଲ, ଫିରିଙ୍ଗିଆ ମଣ୍ଡଳ ସଂଯୋଜକ ପ୍ରଦୀପ ସାହୁ,କଳାକାର ସଙ୍ଘ ସମ୍ପାଦକ ବିନୟ କହଁର, ଖଜୁରୀପଡା ବ୍ଳକ କଳାକାର ସଙ୍ଘ ସଭାପତି ନିର୍ବାଚନ କହଁର,ଏମପି ପ୍ରତିନିଧି ଲଳିତ ପ୍ରଧାନ, ଦଳ ର ମୁଖ୍ୟ ନିର୍ମଳା ଦିଗାଲ,ଚାନ୍ଦିନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ଏହାର ମୁଖ୍ୟ ଭୂମିକା ହେଲା ନୂଆଖାଇ ପର୍ବ ର ପୂର୍ବ ପୁରୁଷ ର ଲୋକମାନେ କିଭଳି ସିଂଘ ନାଚ,ଖଞ୍ଜଣୀ, ଆଦିବାସୀ ନୃତ୍ୟ,ଚାଙ୍ଗୁ,ସଂସ୍କୃତି, ପରମ୍ପରା, ରୀତିନୀତି ବଜାୟ ରହିବ ସେଥିପାଇଁ ଦିନକୁ ଦିନ ଲୋପ ପାଉଥିବାରୁ କିଭଳି ଆଗକୁ ପରମ୍ପରା ବଜାୟ ରହିବ ତାହାକୁ ନେଇ ଆଜି ଏହି କାର୍ଯ୍ୟକ୍ରମ ରହିଥିଲା। ଏଥିରେ ବିଭିନ୍ନ ସ୍ଥାନରୁ ୫୦ ଗୋଟି ସାଂସ୍କୃତିକ ଦଳ ଯୋଗଦେଇ ଥିବା ବେଳେ ୧୫୦୦ ରୁ ଉର୍ଦ୍ଧ ଲୋକ ଦେଖିବା ପାଇଁ ଦୂରଦୂରାନ୍ତର ରୁ ଆସିଥିଲେ। ଶେଷରେ ଭଲ ପ୍ରଦର୍ଶନ କରିଥିବା ସାଂସ୍କୃତିକ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା। ଏହାକୁ ଅପସରି ଦିଗାଲ ପରିଚାଳନା କରିଥିବା ବେଳେ ଟିକାବାଲି ସଙ୍ଘ ର ବ୍ଳକ ସଭାପତି ବୁଟୁ କହଁର, ସୁପ୍ରିୟା ଦିଗାଲ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇ ଥିଲେ। ଗ୍ରାମର ମୁଖିଆ ପୁଟ୍ରି ପ୍ରଧାନ, ମାଳତୀ ଦିଗାଲ, ତୁଳାବତୀ କହଁର, ଦିଲ୍ଲୀପ ଦିଗାଲ ଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ।