ଏଫବିଡିଓ କୋରାପୁଟ ତରଫରୁ ସ୍ନିଗ୍ଧାରାଣୀମିଶ୍ର ସମ୍ବର୍ଦ୍ଧିତ

ଏଫବିଡିଓ କୋରାପୁଟ ତରଫରୁ ସ୍ନିଗ୍ଧାରାଣୀମିଶ୍ର ସମ୍ବର୍ଦ୍ଧିତ

ଏଫବିଡିଓ କୋରାପୁଟ ତରଫରୁ ସ୍ନିଗ୍ଧାରାଣୀମିଶ୍ର ସମ୍ବର୍ଦ୍ଧିତ

ସେମିଳିଗୁଡା.ତାରିଖ ୧୫,୧୦,୨୦୧୬,ସେମିଳିଗୁଡାଠାରେ ଓଡିଶା ରକ୍ତଦାତା ସଂଘ କକୋରାପୁଟ ଶାଖା ତରଫରୁ ସଂଘର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ସେ ୭୫% ମାର୍କ ରଖି ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ପ୍ରଥମ ସ୍ଥାନ ରଖି ଓଡିଶା ମୁକ୍ତ ବିଶ୍ବ ବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବାରୁ ତାଙ୍କୁ ସଂଘର ସଭାପତି ବିଜୟ କୁମାର ସାହୁ,ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଉପ ସଭାପତି ପବିତ୍ର ସାହୁ,ସାଂଗଠନିକ ସଂପାଦକ ଆନନ୍ଦ ମୌଳୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଗଣେଶ ସାହୁ,ସୌଦାମିନୀ ସାହୁ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏଥିସହିତ ସେ ୫୮ଥର ରକ୍ତଦାନ କରିଥିବାରୁ ପ୍ରଶଂସା କରାଯାଇ ଥିଲା। ସଂଘର ଏକ ବୈଠକ ଆହୁତ କରି ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ, ଦରକାର ସମୟରେ ରକ୍ତ ଯୋଗାଡ,ରକ୍ତ ଗୃପ ଚିହ୍ନଟ,ପ୍ରଭୃତି କାର୍ଯ୍ୟ ଆଗେଇ ନେବାପାଇଁ ଆଲୋଚନା କରାଯାଇ ଥିଲା।