ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀମଦ ଓ ପୋଚ ଜବତ, ୧୮ ଗିରଫ*।

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀମଦ ଓ ପୋଚ ଜବତ, ୧୮ ଗିରଫ*।

*ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀମଦ ଓ ପୋଚ ଜବତ, ୧୮ ଗିରଫ*।

ଗଜପତି, ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧାମଦ ଓ ମହୁଲ ପୋଚ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣ ମହିଳାଙ୍କ ସମେତ ମୋଟ ୧୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଶାରଦୀୟ ଦୁର୍ଗାପୂଜା ଅବସରରେ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଗଜପତି ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଚୋରାମଦ କାରବାର ବିରୁଦ୍ଧରେ ଅବକାରୀ ବିଭାଗ ଦ୍ଵାରା ଚଢାଉ ଜାରି ରହିଛି।ଏହି ପରିପ୍ରେକ୍ଷୀରେ ଅବକାରୀ ନିରୀକ୍ଷକ ମନୁଆଲ, ଉପନିରୀକ୍ଷକ ବବୁନ କୁମାର ବେହେରା, ଦେବାଶିଷ ସିର୍ଦ୍ଧାର, ସହକାରୀ ଉପନିର୍ଦେଶକ ବିଜୟାନନ୍ଦ ବେହେରା, ନୀଳାମ୍ବର ନାୟକ ପ୍ରମୁଖଙ୍କ ସମେତ ଅବକାରୀ ବିଭାଗର ସ୍ବତନ୍ତ୍ର ଦଳ ପାରଳାଖେମୁଣ୍ଡି ସହର ସମେତ ଗୁରାଣ୍ଡି, ସେରଙ୍ଗ, ଗାରାବନ୍ଧ, ରାୟଗଡା ଆଦି ଅଞ୍ଚଳରେ ଚଢ଼ାଉ କରି ବେଆଇନ ଭାବେ ଗଛିତ ଥିବା ୨୦୮୧ ଲିଟର ଦେଶୀ ରନ୍ଧାମଦ ସହ ୭୫୦୦ ଲିଟର ଦେଶୀମଦ ତିଆରିରେ ବ୍ୟବହୃତ ହେଉଥିବା ମହୁଲ ପୋଚକୁ ଜବତ କରାଯାଇଛି।ସେହିପରି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଚଢାଉ କରାଯାଇ ୮୫ ଲିଟର ଦେଶୀ ରନ୍ଧାମଦକୁ ଜବତ କରାଯାଇ ଚୋରା ମଦ କାରବାରରେ ଲିପ୍ତ ୫ ଜଣଙ୍କୁ ଗିରଫ କରାଯାଇଛି। ମୋହନା ଅବକାରୀ ଥାନା ଅଧୀନର ଅନ୍ତରବା ଓ ଚୁଡ଼ଙ୍ଗପୁର ରାସ୍ତାରେ ପେଟ୍ରୋଲିଂ ଚାଲିଥିବା ବେଳେ ୩ ଗୋଟି ମଟର ସାଇକେଲ ଯୋଗେ ୨୮୦ ଲିଟର ଦେଶୀମଦ ଚାଲାଣ ବେଳେ ମଦ ସହିତ ଚୋରାଚାଲାଣରେ ବ୍ୟବହୃତ ୩ ଗୋଟି ମଟର ସାଇକେଲ ଜବତ କରାଯାଇଛି । ଏହି ଘଟଣାରେ ଜଡ଼ିତ ୪ ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବା ମୋହନା ଅବକାରୀ ଥାନା ଅଧିକାରୀ ଦଣ୍ଡ ଶବରଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୂଚନା ପ୍ରଦାନ କରାଯାଇଛି। ଏହିପରି ଚଢ଼ାଉ ବର୍ଷ ସାରା ଜାରି ରଖିବା ଜିଲ୍ଲାବାସୀ ଦାବି ଜଣାଇଛନ୍ତି।