ହାଇୱ। ଗାଡ଼ି ଧକ୍କାରେ ସାଇକେଲ ଚାଳକର ମୃତ୍ୟୁ।
ଆସ୍କା ଥାନା ଅନ୍ତର୍ଗତ ଝଗଡେଇ ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ହାଇୱ। ଗାଡ଼ି ର ମୁହାଁମୁହିଁ ଧକ୍କା ଫଳରେ ନିକଟସ୍ଥ ଦେବଭୂମି ଗ୍ରାମର ମନୋଜ କୁମାର ବେହେରା ନାମକ ଜଣେ ସାଇକେଲ ଚାଳକ ତଳେ ପଡି ଚେତାଶୂନ୍ୟ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମନୋଜ କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଆସ୍କା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଡ଼୍ରାଇଭର ପି ଶଙ୍କର ଦୋରାକୁ ଥାନା କୁ ନେଇ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
