ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ଗଜପତି,୧୧ା୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ ପାଣିଗଣ୍ଡା ବିଟ୍‌ ତୁଳସୀ ନଗରରୁ ବେଆଇନ ଭାବେ ବାଘଛାଲ କାରବାର ସମୟରେ ବନ ବିଭାଗ ଚଢ଼ାଉ କରି ବାଘଛାଲ ଜବତ କରି ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ପାଣିଗଣ୍ଡା ଗାଁର ତ୍ରିଲୋଚନ ପାତ୍ର (୩୫ ) ଓ କନ୍ଧମାଳ ଜିଲା ଦାସିଙ୍ଗବାଡ଼ି ଗାଁର ବିଜୟାନନ୍ଦ ନାୟକ (୨୩), ଜଗା ମଲ୍ଲିକ (୩୬) ଦୀପକ ନାୟକ (୨୫)। ଗିରଫ ଅଭିଯୁକ୍ତଙ୍କଠାରୁ ବାଘଛାଲ ସହ ଦୁଇଟି ମୋଟରସାଇକେଲ, ତିନୋଟି ମୋବାଇଲ ଜବତ କରିଛି ବନ ବିଭାଗ। ସେପଟେ ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ଗୋଟିଏ ବାଘଛାଲ ଜବତ ଘଟଣାରେ ଗତକାଲି ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ମୋହନା ବନାଞ୍ଚଳ ପକ୍ଷରୁ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ବାଘଛାଲ କୋଉଠୁ ଆସିଲା ଏବଂ କେବେଠାରୁ ଏହି ରାକେଟ୍‌ କାମ କରୁଛି ବନ ବିଭାଗର ଅଧିକା ତଦନ୍ତ ପରେ ଜଣାପଡ଼ିବ।