କୋଶଳ ଆନ୍ଧ୍ର ସାଂସ୍କୃତିକ ଆସୋସିଏସନ ର ୨୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।
ବରଗଡ ୧୧,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ପରିସର ଭିତରେ କୋଶଲ ଆନ୍ଧ୍ର କଲଚରାଳ ଏସୋସିଏସନ ପକ୍ଷରୁ ପ୍ରତିଷ୍ଠା ଦିବସ ଅନୁଷ୍ଠିତ। ସଭାପତି ଡ଼ି ମୁରଳୀକୃଷ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ କଂଭମପତି ହରିବାବୁ ଓ ତାଙ୍କର ସହଧର୍ମିଣୀ ଜୟଶ୍ରୀ କଂଭମପତି ଅତିଥି ଭାବରେ ଉପସ୍ଥିତ ରହି ଓଡ଼ିଶାରେ ଥିବା ଆନ୍ଧ୍ର ବାସୀଙ୍କ ପଶ୍ଚିମ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଥିବା ପ୍ରଥା, ପରମ୍ପରା ଓ ତାଙ୍କ ମଧ୍ୟରେ ରହିଥିବା ଏକତା ଓ ସମାନ୍ୟୟ କୁ ଭୁୟସୀ ପ୍ରଶଂସା କରିଥିଲେ। ଏହା ସହିତ ଅତାବିରାରେ ନିର୍ମାଣ ହେବାକୁ ଥିବା ତିରୁପତି ବାଲାଜୀ ମନ୍ଦିର ପାଇଁ ଆବଶ୍ୟକ ସହଯୋଗ ର ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ନିହାର ମହାନନ୍ଦ, ବି ସୁରେଶ, ଉପଦେଷ୍ଟା g ସୂର୍ଯ୍ୟନାରାୟଣ, ଭି ଶ୍ରୀନିବାସ ପ୍ରମୁଖ ସମ୍ମାନିତ ଅଥିତି ଭାବେ ଯୋଗ ଦେଇଥିଲେ। ଡ଼ r s v କ୍ରିଷ୍ଣା ମଞ୍ଚ ପରିଚାଳନା କରିଥିଲେ। M ବାଳ ସୁବ୍ରହ୍ମଣ୍ୟମ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରିଷ୍ଣା ବିକାଶ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତେଲୁଗୁ ଓ ସମ୍ବଲପୁରୀ ର ମିଳିତ ନୃତ୍ୟ ପରିବେଷଣ ହୋଇଥିଲା
